ସର୍ବସାଧାରଣଙ୍କ ପାଇଁ କେବେ ଖୋଲିବ ରାମ ମନ୍ଦିର ?

ଅଯୋଧ୍ୟା: ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଦୀର୍ଘ ୫୦୦ ବର୍ଷର ସଂଘର୍ଷର ଅବସାନ ଘଟିଛି । ଭଗବାନଙ୍କ ସୁନ୍ଦର ଓ ଦିବ୍ୟ ମୂର୍ତ୍ତି ସମସ୍ତଙ୍କୁ ମୋହିତ କରିଦେଇଛି ଓ ସମସ୍ତେ ଦର୍ଶନ କରିବାକୁ ଅପେକ୍ଷା କରି ରହିଛନ୍ତି । ଏଭଳି ପରିସ୍ଥିତିରେ ଏବେ ସମସ୍ତେ ଭଗବାନ ରାମଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟା ଧାମ ଯିବାକୁ ଚାହୁଁଛନ୍ତି, କିନ୍ତୁ ବଡ ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କ ପାଇଁ ରାମ ମନ୍ଦିରର ଦ୍ୱାର କେବେ ଖୋଲିବ ?

ଏହି ପ୍ରଶ୍ନର ଉତ୍ତରରେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୨୩ ତାରିଖରୁ ରାମଲଲାଙ୍କ ଦର୍ଶନ ପାଇଁ ମନ୍ଦିର ଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ଖୋଲିବ ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ମନ୍ଦିର ସକାଳ ୭ଟାରେ ଖୋଲିବ ଓ ସାଢେ ୧୧ଟା ସମୟରେ ମଧ୍ୟାହ୍ନ ଧୂପ ପାଇଁ ମନ୍ଦିର ବନ୍ଦ ରହିବ । ତାପରେ ଅପରାହ୍ଣ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ ।

ସୂଚନାଯୋଗ୍ୟ ଯେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ହେଉଛନ୍ତି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୂଜକ । ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଭଗବାନ ରାମ ତମ୍ବୁରେ ଥିବାରୁ ମହାପ୍ରଭୁଙ୍କୁ ପୂଜା କରି ଆସୁଛନ୍ତି। ଆଜି ସେ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ ।

Comments
Loading...