ଫେସବୁକ, ଇନଷ୍ଟାଗ୍ରାମ ଗ୍ଲୋବାଲ ଆଉଟେଜ କାରଣରୁ ୩ ବିଲିୟନ୍‌ ଡଲାର କ୍ଷତି ସହିଲେ ମାର୍କ ଜୁକରବର୍ଗ

ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ମଙ୍ଗଳବାର ସନ୍ଧ୍ୟାରେ ସାରା ବିଶ୍ବରେ ଡାଉନ୍‌ ହେବା ପରେ କିଛି ଘଣ୍ଟା ପରେ ଠିକ୍‌ ହୋଇଥିଲା। ଏହି କାରଣରୁ ମେଟାର ସିଇଟ ମାର୍କ ଜୁକରବର୍ଗ ୩ ବିଲିୟନ୍‌ ଡଲାର କ୍ଷତି ସହିଛନ୍ତି। ଫଳରେ ଜୁକରବର୍ଗଙ୍କ ସଂପତ୍ତିର ମୂଲ୍ୟ ୨.୭ ମିଲିୟନ୍‌ ଡଲାର ତଳକୁ ଖସିଛି। ତଥାପି ମଧ୍ୟ ସେ ଧନୀ ବ୍ୟକ୍ତି ତାଲିକାରେ ୪ର୍ଥ ବ୍ୟକ୍ତି ଭାବେ ସୁରକ୍ଷିତ ଅଛନ୍ତି। ଏ‌ବେ ଜୁକରବର୍ଗଙ୍କ ସଂପତ୍ତି ୧୭୬ ବିଲିୟନ୍‌ ଡଲାର ବୋଲି ଜାଣିବାକୁ ମିଳିଛି।

ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଥ୍ରେଡ୍‌ ଉପଭୋକ୍ତାମାନେ ମଙ୍ଗଳବାର ରାତିରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଶେଷ କରି ଉପଭୋକ୍ତାମାନେ ସେମାନଙ୍କ ହେଡସେଟ୍ ଲଗ୍ ଇନ୍ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ଲାଟଫର୍ମ ବ୍ୟବହାର କରିବା ସମୟରେ ଅନେକ ୟୁଟ୍ୟୁବ୍ ବ୍ୟବହାରକାରୀ ମଧ୍ୟ କିଛି ଧରଣର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବ୍ୟବହାରକାରୀ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ଗୁଡ଼ିକ ଡାଉନ୍‌ ହେବା ସମୟରେ ଉପଭୋକ୍ତାମାନେ ଉଭୟ ଇନଷ୍ଟାଗ୍ରାମ ଏବଂ ଫେସବୁକ ପେଜ୍‌କୁ “ଲୋଡ୍ କରିବାରେ ବିଫଳତା” ର ସମ୍ମୁଖୀନ ହୋଇଥିବା ରିପୋର୍ଟ କରିଥିଲେ। କିଛି ଇନଷ୍ଟାଗ୍ରାମ ବ୍ୟବହାରକାରୀ ଉଲ୍ଲେଖ କରିଥିଲେ ଯେ ସମସ୍ୟା ଥାଇ ମଧ୍ୟ ସେମାନେ ପୁରୁଣା ଷ୍ଟୋରି ଦେଖି ପାରୁଛନ୍ତି। ଅବଶ୍ୟ, ଅନେକ ଫେସବୁକ୍ ଆକାଉଣ୍ଟ୍ ବନ୍ଦ ଆପେ ଆବେ ଲଗ୍ ଆଉଟ୍ ହୋଇ ଯାଇଥିଲା।

Comments
Loading...