ବାହା ହେବା ଲାଗି ଟିଭି ଆଙ୍କର୍‌ଙ୍କୁ ଅପହରଣ କରିଥିବା ମହିଳା ବ୍ୟବସାୟୀ ଗିରଫ

ହାଇଦ୍ରାବାଦ: ବାହା ହେବା ଉଦ୍ଦେଶ୍ୟରେ ଟିଭି ଆଙ୍କର୍‌ଙ୍କୁ ଅପହରଣ କରିଥିବା ଜଣେ ମହିଳା ବ୍ୟବସାୟୀଙ୍କୁ ହାଇଦ୍ରାବାଦରେ ଗିରଫ କରାଯାଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।

ପୁଲିସ କହିଛି, ଟିଭି ଆଙ୍କର୍‌ଙ୍କୁ ଅନୁସରଣ କରିବା ଓ ତାଙ୍କ ଗତିବିଧି ଉପରେ ଦୃଷ୍ଟି ରଖିବା ଲାଗି ସେ ମହିଳା ତାଙ୍କ (ଟିଭି ଆଙ୍କର୍‌) କାର୍‌ରେ ଗୋଟାଏ ଟ୍ରାକିଙ୍ଗ୍‌ ଡିଭାଇସ୍‌ ଲଗାଇଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଡିଜିଟାଲ୍‌ ମାର୍କେଟିଙ୍ଗ୍‌ ବ୍ୟବସାୟ କରୁଥିବା ୫ଟି ଷ୍ଟାର୍ଟଅପ୍‌ କମ୍ପାନିର ପରିଚାଳନା ନିର୍ଦେଶିକା ୩୧ ବର୍ଷୀୟା ଭୋଗିରେଡ୍ଡୀ ତୃଷା ମାଟ୍ରିମୋନି ୱେବ୍‌ସାଇ‌ଟ୍‌ରେ ଟିଭି ଆଙ୍କର୍‌ ପ୍ରଣବ ସିସ୍ତଲାଙ୍କ ଫଟୋ ଦେଖି ୨ ବର୍ଷ ତଳୁ ସହିତ ଚାଟିଙ୍ଗ୍‌ କରି ଆସୁଥିଲେ। କିନ୍ତୁ, ପରେ ତୃଷା ଜାଣିପାରିଲେ ଯେ, ମାଟ୍ରିମୋନି ସାଇଟ୍‌ରେ ଅସଲ ଆକାଉଣ୍ଟ୍‌ ହୋଲ୍‌ଡର୍ ନିଜ ଫଟୋ ନ ଦେଇ ପ୍ରୋଫାଇଲ୍‌ ପିକ୍‌ଚର୍‌ ଭାବେ ଟିଭି ଆଙ୍କର୍‌ ସିସ୍ତଲାଙ୍କ ଫଟୋ ବ୍ୟବହାର କରିଛନ୍ତି।

ତା’ପରେ ତୃଷା ପ୍ରୋଫାଇଲ୍‌ ସର୍ଚ କରି ସିସ୍ତଲାଙ୍କ ଫୋନ୍‌ ନମ୍ବର ପାଇଗଲେ। ତାଙ୍କ ସହିତ ଇନ୍‌ଷ୍ଟା ମେସେଜିଙ୍ଗ୍‌ ଆପ୍‌ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଲେ ଯେ, କ‌ୌଣସି ଅଜ୍ଞାତ ବ୍ୟକ୍ତି ମାଟ୍ରିମୋନି ସାଇଟ୍‌ରେ ଜାଲ୍‌ ଆକାଉଣ୍ଟ୍‌ ଖୋଲି ତାଙ୍କ ଫଟୋ ଲଗାଇ ଦେଇଛନ୍ତି। ସେ ସଂକ୍ରାନ୍ତରେ ସେ ସାଇବର୍‌ କ୍ରାଇମ୍‌ ଥାନାରେ ଅଭିଯୋଗ କରିଛନ୍ତି।

ତୃଷା କିନ୍ତୁ ସିସ୍ତଲାଙ୍କ ପାଖକୁ ମେସେଜ୍‌ ପଠାଇବା ଅବ୍ୟାହତ ରଖିଲେ। ବିବାହ ପ୍ରସ୍ତାବ ବି ଦେଲେ। ତେଣୁ, ସିସ୍ତଲା ତୃଷାଙ୍କ ନମ୍ବର ବ୍ଲକ୍‌ କରିଦେଲେ।

ତାଙ୍କ (ସିସ୍ତଲା) କାର୍‌ରେ ଗୋଟାଏ ଟ୍ରାକିଙ୍ଗ୍‌ ଡିଭାଇସ୍‌ ଲଗାଇଥିଲେ।

ପୁଲିସ କହିଛି, ଫେବ୍ରୁଆରି ୧୧ ତାରିଖ ଦିନ ୪ଜଣଯାକ ସିସ୍ତଲାଙ୍କୁ ଅପହରଣ କରି ତୃଷାଙ୍କ ଅଫିସ୍‌କୁ ନେଇ ନିର୍ଧୁମ୍‌ ଛେଚିଲେ। ଜୀବନ ବିକଳରେ ସିସ୍ତଲା ତୃଷାଙ୍କ ଫୋନ୍‌ ରିସିଭ୍‌ କରିବେ ବୋଲି ରାଜି ହେଲାରୁ ତାଙ୍କୁ ଛାଡ଼ି ଦିଆଗଲା।

ପରେ ସିସ୍ତଲା ଉପ୍ପଲ୍‌ ଥାନାରେ ଅଭିଯୋଗ ଦାଏର କ‌ରିବାରୁ ପୁଲିସ ‘ଆଇପିସି’ ଧାରା ୨୬୩, ୩୪୧ ଓ ୩୪୨ ଅନୁଯାୟୀ ତୃଷାଙ୍କ ନାମରେ ମାମଲା ରୁଜୁ କଲେ।

ଘଟଣାର ତଦନ୍ତ କରି ପୁଲିସ ତୃଷା ଓ ସେ ଭଡ଼ାରେ ଆଣିଥିବା ୪ଜଣ ଲୋକଙ୍କୁ ଗିରଫ କରିଛି।

Comments
Loading...