ବଜେଟ୍ ଦିନ ମହଙ୍ଗା ଝଟ୍‌କା: ବଢିଲା ଏଲପିଜି ଗ୍ୟାସ୍ ମୂଲ୍ୟ, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଅନ୍ତରୀଣ ବଜେଟ୍ ଆଗତ ହେବ । ଏହା ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ଝଟକା ଲାଗିଛି। ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ନୂତନ ଦର ଗୁରୁବାରଠାରୁ କାର୍ଯ୍ୟକାରୀ ହୋଇଛି । ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବଢିଛି । ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ମୂଲ୍ୟ ୧୭୬୯.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ସିଲିଣ୍ଡର ୧୮୬୯,୦୦ ଟଙ୍କାରୁ ବୃଦ୍ଧି ପାଇ ୧୮୮୭ ଟଙ୍କା, ମୁମ୍ବାଇରେ ୧୯ କେଜି ସିଲିଣ୍ଡର ଦର ୧୭୦୮ରୁ ବଢି ୧୭୨୩ଟଙ୍କା ଏବଂ ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦର ୧୯୨୪. ୫୦ଟଙ୍କାରୁ ବଢି ୧୯୩୭ ଟଙ୍କାରେ ପହଞ୍ଚିଛି ।

Comments
Loading...