ମାର୍ଚ୍ଚ ୧୯ ଓ ୨୦ରେ କାଳବୈଶାଖୀ, ପ୍ରବଳ ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା

ଭୁବନେଶ୍ବର: ମାର୍ଚ୍ଚ ୧୯ ଓ ୨୦ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟରେ ରାଜ୍ୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ମାର୍ଚ୍ଚ ୧୯ରେ ୧୨ ଜିଲା ଏବଂ ୨୦ରେ ୪ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ବଙ୍ଗୋପସାଗର ଉପକୂଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମାର୍ଚ୍ଚ ୧୯ ଓ ୨୦ ତାରିଖରେ ରାଜ୍ୟର କିଛି ଜିଲାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବହିବ। ଏହାସହିତ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବ। କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments
Loading...