୩ୟ ଟି୨୦ : ରୋହିତ, ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ, ଆଫଗାନିସ୍ତାନ ଆଗରେ ୨୧୩ ରନର ଲକ୍ଷ୍ୟ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ୩ ଟି-୨୦ରେ ରୋହିତ ଶର୍ମା ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ରୋହିତଙ୍କ ବିସ୍ଫୋରକ ଶତକ ଓ ରିଙ୍କୁଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ  ୨୧୨ ରନ କରିଛି । ଫଳରେ ଆଫଗାନିସ୍ତାନ ଆଗରେ  ୨୧୩ ରନର ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଯଶସ୍ବୀ ଜୟସ୍ବାଲ ୪ ରନ କରିଥିବାବେଳେ ବିରାଟ କୋହଲି ୦, ଶିବମ ଦୁବେ ୧ ଓ ସଂଜୁ ସାମସନ ୦ ରନ କରି ଆଉଟ ହୋଇଥିଲେ । ଫଳରେ ୨୨ ରନରେ ୪ଟି ଓ୍ବିକେଟ ହରାଇ ଭାରତ ସଂକଟରେ ପଡ଼ିଥିଲା । କିନ୍ତୁ ରୋହିତ ଶର୍ମା ଓ ରିଙ୍କୁ ସିଂ ସତର୍କତାର ସହ ବ୍ୟାଟିଂ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉଭୟ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ରୋହିତ ୬୯ଟି ବଲରୁ ୧୨୧ ରନ କରିଥିବାବେଳେ ରିଙ୍କୁ ୬୯ ରନ କରିଥିଲେ ।

ଆଫଗାନିସ୍ତାନ ପକ୍ଷରୁ ଫରିଦ ଅହମ୍ମଦ ମଲିକ୍ ୩ଟି ଓ୍ବିକେଟ ନେଇଥିବାବେଳେ ଅଜମାତୁଲ୍ଲା ଓମାରଜାଇ ଗୋଟିଏ ଓ୍ବିକେଟ ନେଇଥିଲେ ।

Comments
Loading...