ତାଳଚେର ଦେଉଳବେଢ଼ା ତେଲିସାହି ଠାରେ ସାମାଜିକ ପ୍ରକଳ୍ପ ଗୁଡିକର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଗାଁରେ ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସହାୟକ ହେବ – ଧର୍ମେନ୍ଦ୍ର ପ୍ରଧାନ

ତାଳଚେର (କୋଶଲ ନ୍ୟୁଜ୍):- ପ୍ରାୟ ୨୬ ଲକ୍ଷ ଟଙ୍କା ବ୍ୟୟବରାଦରେ ଉଦଘାଟିତ ହେଲା କଲ୍ୟାଣ ମଣ୍ଡପ, ଗ୍ରାମର ମୁଖ୍ୟ ତୋରଣ ଏବଂ ନାଚ ମଣ୍ଡପ
• ଗ୍ରାମବାସୀମାନେ ଏହି ସବୁ ବ୍ୟବସ୍ଥା ଦ୍ୱାରା ହେବେ ବିଶେଷ ଉପକୃତ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ ବିକାଶର କଳ୍ପନା ଯୋଗୁଁ ଏହା ସମ୍ଭବ ହୋଇଛି
• ଏମସିଏଲ ଏହି ସବୁ ସାମାଜିକ କାର୍ଯ୍ୟରେ ସହଯୋଗୀ ହୋଇଥିବାରୁ ଧନ୍ୟବାଦ ।
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୋଳ ଜିଲ୍ଲା ତାଳେଚର ଦେଉଳବେଢ଼ା ତେଲିସାହି ଗ୍ରାମରେ ଏକ କଲ୍ୟାଣ ମଣ୍ଡପ, ଗ୍ରାମର ସୁସଜ୍ଜିତ ମୁଖ୍ୟ ତୋରଣ ଏବଂ ନାଚ ମଣ୍ଡପର ଉଦଘାଟନ କରିଛନ୍ତି । 



ଏହି ଅବସରରେ ସେ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ପ୍ରାୟ ୨୬ ଲକ୍ଷ  ଟଙ୍କା ବ୍ୟୟବରାଦରେ ଉଦଘାଟିତ ହୋଇଥିବା ସମସ୍ତ ପ୍ରକଳ୍ପ ଗୁଡ଼ିକ ଗାଁରେ ବାହାଘର, ବ୍ରତଘର ଭଳି ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସହଯୋଗର ଭୂମିକା ଗ୍ରହଣ କରିବ । ଗ୍ରାମବାସୀମାନେ ଏହି ସବୁ ବ୍ୟବସ୍ଥା ଦ୍ୱାରା ବିଶେଷ ଉପକୃତ ହୋଇପାରିବେ । ଗାଁର ଜନସାଧାରଣ ବିଶେଷ ଭାବରେ ଯୁବବନ୍ଧୁଙ୍କ ଉତ୍ସାହ କାରଣରୁ ଏହି କାମ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ ବିକାଶର କଳ୍ପନାରେ ଏହି ସବୁ ସାମାଜିକ କାର୍ଯ୍ୟରେ ସହଯୋଗୀ ହୋଇଥିବାରୁ ଶ୍ରୀ ପ୍ରଧାନ ଏମସିଏଲକୁ ଧନ୍ୟବାଦ ଜଣାଇଛନ୍ତି ।



ସେ ଆହୁରି କହିଛନ୍ତି ଯେ ଆଜି ଆମ ଜିଲ୍ଲା ଅନୁଗୋଳ ପାଇଁ ଏକ ବିଶେଷ ଦିନ । ଜିଲ୍ଲାରେ ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବା ପାଇଁ ଅନୁଗୋଳରେ ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ ସମ୍ବଲପୁର ଦ୍ୱାରା ପରିଚାଳିତ ହେବାକୁ ଥିବା ମ୍ୟାନେଜମେଣ୍ଟ ଶିକ୍ଷା କେନ୍ଦ୍ରର ଉଦଘାଟନ ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଭବନ ସହ ସ୍କିଲ ଇଣ୍ଡିଆ ସେଣ୍ଟର, ଜନ ଶିକ୍ଷଣ ସଂସ୍ଥାନର ଲୋକାର୍ପଣ ଭଳି କାର୍ଯ୍ୟକ୍ରମ ଗୁଡିକ ଜିଲ୍ଲାକୁ ଗୁଣାତ୍ମକ ଶିକ୍ଷା, ମ୍ୟାନେଜମେଣ୍ଟ ଏବଂ ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ କରାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି , ଏନ ଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ,ଏମ୍ସିଏଲ  ଲିଙ୍ଗରାଜ କ୍ଷେତ୍ରର ଜିଏମ ସୁବ୍ରତ ବିଶ୍ୱାଳ, ଜଗନ୍ନାଥ ଜିଏମ ଅଶୋକ କୁମାର ଧଳ, ଏମ୍ସିଏଲ ର ସମସ୍ତ ଅଧିକାରୀ ଙ୍କ ସମେତ ସମସ୍ତ ଗ୍ରାମବାସୀ ,ଗ୍ରାମ ସଭାପତି ନବ କିଶୋର ସାହୁ, ଉପ ସଭାପତି ଶଙ୍କର୍ଷଣ ବେହେରା, ବାବୁଲା ପୃଷ୍ଟି,ପ୍ରାକ୍ତନ ଉପ ନଗରପାଳ ସୁଫଳା ପୃଷ୍ଟି, କାର୍ତ୍ତିକେଶ୍ୱର ସାହୁ,ତୁଷାର କୁମାର ସାହୁ,ବନିତା ସାହୁ, ପ୍ରଦୀପ କୁମାର ସାହୁ, ଯଯାତି ପଟ୍ଟନାୟକ, ପର୍ଶୁରାମ ବାରିକ, ମନୋଜ ପ୍ରଧାନ, ବିଭୁତି ସାହୁ, ବିରଞ୍ଚି ସାହୁ, ମିଲ୍ଲୀ ପ୍ରଧାନ, ସ୍ୱାଧୀନ ଥମ୍ବ, ଅନିତା ବିଶ୍ୱାଳ, କାଳନ୍ଦି ପ୍ରଧାନ, ପ୍ରଶାନ୍ତ ନନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Comments
Loading...