ଗ୍ରାମବିକାଶ ପକ୍ଷରୁ ଆନ୍ତ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ

ଲାଞ୍ଜିଗଡ,(କୋଶଲ ନ୍ୟୁଜ୍):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ଗ୍ରାମ ପଞ୍ଚାୟତ ଅଧିନସ୍ତ ରୁଘାଗୁଡ଼ା ଖେଳ ପଡିଆରେ ମାର୍ଚ୍ଚ ୩ ତାରିଖ ରୁ ୪ ତାରିଖ ପର୍ଯ୍ୟନ୍ତ ୨ ଦିନ ଧରି ଏସ୍.ବି.ଆଇ ଫାଉଣ୍ଡେସନ ଆର୍ଥିକ ସହାୟତା ଓ ଗ୍ରାମବିକାଶ ଆନୁକୂଲ୍ୟରେ ଆନ୍ତ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ୫ ଟି ଗ୍ରାମପଞ୍ଚାୟତ ଯଥା:ପାହାଡ଼ପଡାର, ମାଳିଯୁବାଙ୍ଗ,ବେନଗାଁ,ବିଜେପୁର, ଲାଖବାହାଳି ହାଇସ୍କୁଲ ସମେତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୩୫୦ ଜଣ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉଭୟ ଛାତ୍ର ଛାତ୍ରୀଙ୍କ ପାଇଁ ୧୦୦ ରୁ ୨୦୦ ମିଟର ଦୌଡ଼, ଉଚ୍ଚ ଡିଆଁ,ଲମ୍ବଡିଆଁ,ମ୍ୟୁଜିକଚ୍ୟାର, ପୁଚି,ଚିତ୍ରାଙ୍କନ,ସାଧାରଣଜ୍ଞାନ,ଭାଷଣ,ସଂଗୀତ,ନୃତ୍ୟ,ପ୍ରବନ୍ଧଲିଖନ ଭଲି ଅନେକ ଗୁଡ଼ିଏ ପ୍ରତିଯୋଗିତା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବେନଗାଁ ଏସ୍.ବି.ଆଇ ଶାଖା ପ୍ରବନ୍ଦକ ସୁବ୍ରତ ମାଝୀ,ଗ୍ରାମ ଉନ୍ନୟନ କମିଟି ସଦସ୍ୟ ଖଗେଶ୍ୱର ନାଏକ,ଗ୍ରାମ ବିକାଶରୁ ସୁନୀଲ କେ.ଥମୋଶ,ସୁଵିତ ଦାସ ପ୍ରମୁଖ ଉପସ୍ଥିତ ରହି ଉପାନ୍ତ ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ନିଜର ପ୍ରତିଭାକୁ ପ୍ରଦର୍ଶନ କରି କେମିତି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବା ସହିତ ନିଜର ନେତୃତ୍ୱ ଓ ବ୍ୟକ୍ତିତ୍ୱକୁ ଆଗକୁ ବଢ଼ାଇ ପାରିବେ ବୋଲି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ଦିଗଦର୍ଶନ ଦେଇଥିଲେ ଓ କୃତ୍ରି ଛାତ୍ର ଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ରୁଘାଗୁଡା ଯୁବସଂଘ କମିଟି ସଦସ୍ୟ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଗ୍ରାମବିକାଶ ସାଥି ଓ କର୍ମି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ- ମଳୟ ବେନୁଆଁ(ରାହୁଲ୍)

Comments
Loading...