ସମ୍ବଲପୁର ଫାର୍ମା ଲିଗ୍ କ୍ରିକେଟ
ଟୁର୍ଣାମେଣ୍ଟ ଉଦଯାପିତ, ଯୁଭେଣ୍ଟସ୍ ଏଲେଭେନ୍ ଚମ୍ପିୟାନ

ସମ୍ବଲପୁର (କୋଶଲ ନ୍ୟୁଜ୍):- ସମ୍ବଲପୁର ସିନ୍ଦୂରପଙ୍କ ନିକଟସ୍ଥ ଚାନ୍ଦମୁଣ୍ଡା ଖେଳ ପଡ଼ିଆରେ ସମ୍ବଲପୁର ଫାର୍ମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଦ କ୍ରିକେଟର ଫାର୍ମା ଗ୍ରୁପ୍
ର ଅନୁକୁଲ୍ୟରେ ସମସ୍ତ ଫାର୍ମା କମ୍ପାନୀର ପିଲା ମାନଙ୍କୁ ନେଇ ଏହି ବର୍ଷ ପ୍ରଥମ ଥର ପାଇଁ ଏହା ଆୟୋଜନ କରାଯାଇଛି । ଏହି ମ୍ୟାଚ୍ ରେ ୮ ଟି ଦଳ ଭାଗ ନେଇଥିବା ବେଳେ ଏହା ୨ ଦିନ ଧରି ଚାଲିଥିଲା ଦୁଇଟି ଗ୍ରୁପ ପର୍ଯ୍ୟାୟରେ ଫାଇନାଲ ରେ ଲୁପିନ ଫର୍ମା ଓ ଯୁଭେଏଣ୍ଟ୍ ଇଲେଭେନ ପ୍ରବେଶ କରିଥିଲେ । ଆଜିର ଫାଇନାଲ ମ୍ୟାଚ୍ ମୁକାବିଲା ରେ ଯୁଭେଏଣ୍ଟ୍ ଦଳ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୮ ୱିକେଟ୍ ହରାଇ ୧୧୮ ରନ ସଂଗ୍ରହ କରିଥିଲା। ଜବାବରେ ନିର୍ଦ୍ଧାରିତ ରନ୍ କୁ  ପିଛା କରି ଲୁପିନ୍ ଫାର୍ମ ୧୦ ଓଭର ରେ ୭ ଟି ୱିକେଟ ହରାଇ ପରାଜୟ ହେଇଥିଲା । ଆଜିର ମ୍ୟାଚ୍ କୁ ସଚି ଓ ବାବୁ ଖେଳ ପରିଚାଳନା କରିଥିଲେ ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରେଢାଖୋଲ ର ବର୍ତ୍ତମାନ ବିଧାୟକ ଶ୍ରୀଯୁକ୍ତ ରୋହିତ ପୂଜାରୀ ଓ ସମ୍ମାନିତ ଅତିଥି ଭାବେ ବି.ଏମ.ଏସ.ଆର.ଏ (BMSRA) ର ସଭାପତି ଓ ସମ୍ପାଦକ ଭାବରେ ଯୋଗ ଦେଇ ଚମ୍ପିୟାନ ଓ ରନସ୍ ଅପ୍ ଦଳକୁ ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ କରିଥଲେ। ଆୟୋଜିତ ମ୍ୟାଚ୍ ରେ ସିଧୁ, ବିଟୁ ନେତ୍ରା,ଗଗନ, ଶ୍ରିଜୟ, ବିକ୍ରମ, ରବି,ସୁରଜ୍ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।

Comments
Loading...