ସମାଡ଼ପଦର ଗ୍ରାମ ସଡ଼କକୁ ଜିଲ୍ଲାପାଳଙ୍କ ପରିଦର୍ଶନ, ମାଟି କାମ ବଦଳରେ କଂକ୍ରିଟ ସଡ଼କ ନିର୍ମାଣ ନେଇ ପ୍ରତିଶ୍ରୁତି

ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡା ଜିଲ୍ଲାର ଅଗମ୍ୟ ଦୁର୍ଗମ ଅଞ୍ଚଳକୁ ଜିଲ୍ଲାପାଳଙ୍କ ପରିଦର୍ଶନ। ଖଡ଼ିଆଳ ବ୍ଲକ ସମାଡ଼ପଦର ଗ୍ରାମକୁ ଯାତାୟତ ପାଇଁ ଉତ୍ତମ ସଡ଼କ ନଥିବା ବେଳେ କଂକ୍ରିଟ ସଡ଼କ ନିର୍ମାଣ ନେଇ ବିଭାଗୀୟ ଆଧିକାରୀଙ୍କୁ ନିର୍ଦ୍ଧେଶ ଦେଲେ ଜିଲ୍ଲାପାଳ ସ୍ବଧାଦେଵ ସିଂ। ମାଟି କାମ କରାଯାଇଅଛି, କିନ୍ତୁ ବର୍ଷାରେ ଏହି ମାଟି ଧୋଇଯିବ, ତେଣୁ ଦୁଇ ତିନି ଗୋଟି ବିଭାଗର ସମନ୍ଵୟରେ କଂକ୍ରିଟ ଗାଡ଼ୱାଲ ଏବଂ କଂକ୍ରିଟ ସଡ଼କ ନିର୍ମାଣ କରିବା ଲାଗି ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ। ଆସନ୍ତା ଦୁଇ ତିନି ମାସ ମଧ୍ୟରେ ସମାଡ଼ପଦର ଗ୍ରାମକୁ ଅତ୍ୟନ୍ତ ଦୁଇ ଏବଂ ଚାରିଚକିଆ ଯାନବାହାନ ଚଳାଚଳ କରିବା ବ୍ୟବସ୍ଥା ହାତକୁ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ଏହି ଗସ୍ତ ବେଳେ ସରପଞ୍ଚ ଜାନକୀ ମାଝୀ, ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତି ରହିଥିଲେ। କାର୍ଯ୍ୟବିର୍ବାହୀ ଅଧିକାରୀ ଭୀଷ୍ମ ମେହେର ପ୍ରମୁଖ ଉପସ୍ଥିତି ଥିଲେ।

Comments
Loading...