୨୦୨୪ ରେ  ରାଜନୀତି ମୈଦାନକୁ ଓହ୍ଲାଇବେ ବିଶିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ଡ଼.ଶିବରାମ ନାୟକ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲାର ଜଣେ ଜଣାଶୁଣା ବିଶିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ଓ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନର ପ୍ରତିଷ୍ଠାତା ଡ଼.ଶିବରାମ ନାୟକ ଯିଏକି ନିଜର ଦକ୍ଷ ସାଙ୍ଗଠନିକ,ଅନୁନ୍ନତ ଅଞ୍ଚଳରେ ଉତ୍ତମ ଶିକ୍ଷାର ପ୍ରଚାର ପ୍ରସାର ସହ ସମାଜସେବା ସହିତ ଲୋକସମ୍ପର୍କ ହିଁ ଆଜି ଟାଣି ନେଇଛି ଦଳୀୟ ରାଜନୀତି  ମୈଦାନକୁ।  ନିକଟ ଭବିଷ୍ୟତ ୨୦୨୪ ସାଧାରଣ ନିର୍ବାଚନରେ ନିଜକୁ ଅଧିକରୁ ଅଧିକ ଲୋକଙ୍କ ସେବା କରିବା ପାଇଁ ସଂକଳ୍ପ ନେଇଛନ୍ତି ଡ଼.ନାୟକ।କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହର ଚୁରିହାରି ପଡ଼ାର ନିବାସୀ ଡ଼.ନାୟକ ବର୍ଷ ବର୍ଷ ଧରି ସମାଜ ସେବା ସହ ବିଭିନ୍ନ ଉନ୍ନତି ମୂଳକ ସାମାଜିକ କାର୍ଯ୍ୟକ୍ରମ ରେ ନିଜକୁ ନିୟୋଜିତ କରି ଜିଲ୍ଲା ରାଜ୍ୟ ତଥା ଦେଶ ବିଦେଶ ସ୍ତରରେ ମଧ୍ୟ ବହୁବାର ପୁରସ୍କୃତ ଓ ଉଚ୍ଚପ୍ରଶଂସିତ ହୋଇଥିବାର ନଜୀର ଅଛି।

କଳାହାଣ୍ଡି ଜିଲ୍ଲା ବିଶେଷ କରି ନର୍ଲା ନିର୍ବାଚନ ମଣ୍ଡଳୀର ଶତାଧିକ ବେସରକାରୀ ଅନୁଷ୍ଠାନ ସହ ନିଜକୁ ସାମିଲ କରି ବୃକ୍ଷ ରୋପଣ,ରକ୍ତଦାନ ଶିବିର, ଉତ୍ତମ ଶିକ୍ଷା କର୍ମଶାଳା, ଅସହାୟ ବ୍ୟକ୍ତିଙ୍କୁ କମଳ ବଣ୍ଟନ, ଡଷ୍ଟବିନ ବଣ୍ଟନ, ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଓ ସ୍ୱାସ୍ଥ୍ୟ ଜନ ସଚେତନତା ଭଳି ବହୁ ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମରେ ଅହରହ ନିଜକୁ  ନିୟୋଜିତ କରି ସମାଜସେବା କରିଆସୁଛନ୍ତି। ସଦାସର୍ବଦା କିଛି ନୂତନ ଜାଗରଣ ସୃଷ୍ଟି କରିବା ଉଦ୍ୟମ ଜାରି ରଖିଛନ୍ତି। ଏହି ପରି ଜଣେ ଉଦୟ ମାନ ବ୍ୟକ୍ତି ଲୋକଙ୍କ ଅଧିକ ସେବାର ସୁଯୋଗ ପାଇଁ ଏକ ପ୍ରତିଷ୍ଠିତ ରାଜନୀତି ଦଳ ରେ ପ୍ରାର୍ଥୀ ହେବାପାଇଁ ପ୍ରୟାସ ଜାରି ରଖିଥିବାର ସୂଚନା ମିଳିଛି।ଦେଖିବାକୁ ରହିଲା ଆସନ୍ତା ସାଧାରଣ ନିର୍ବାଚନରେ କେଉଁ ରାଜନୀତି ଦଳ ତାଙ୍କୁ ଟିକେଟ ଦେବେ ତାହା ସମୟ ହିଁ କହିବ।

Comments
Loading...