ମାଁ ହୀରାନୀଳା ସ୍ନାତକ ଯୁକ୍ତ ତିନି ମହାବିଦ୍ୟାଳୟ ପ୍ରସଙ୍ଗ:ଖବର ପ୍ରସାରଣ ପରେ ପୁନଃ ଚାକିରୀରେ ଅବସ୍ଥାପିତ ହେଲେ ପୂର୍ବତନ ଅଧ୍ୟକ୍ଷ

ଲାଞ୍ଜିଗଡ,୨୪/୦୪(କୋଶଲ ନ୍ୟୁଜ୍):କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଯୁକ୍ତ ତିନି ମହାବିଦ୍ୟାଳୟ ଘୋର ଅନିୟମିତତା ପ୍ରସଙ୍ଗକୁ ନେଇଁ ବିଭିନ୍ନ ଖବର କାଗଜରେ ଖବର ପ୍ରସାରଣ କରାଯାଇଥିଲା। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଧେଶକୁ ଉପଜିଲ୍ଲାପାଳ ଅଣଦେଖା କରୁଥିବା କଥା ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ମା ହୀରାନିଲା ସ୍ନାତକ ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ପୁନଃ ଚାକିରୀରେ ଅବସ୍ଥାପିତ କରାଯାଇଥିବା ସୂଚନା ମିଳିଛି ।ପୂର୍ବରୁ ଶ୍ରୀ ସାହୁଙ୍କୁ ଅଧ୍ୟକ୍ଷ ପଦବୀରୁ ହଟାଇ ଅନ୍ୟଜଣଙ୍କୁ ଅଧ୍ୟକ୍ଷ ପଦବୀ ଦିଆ ଯାଇଥିଲା।ଏହାକୁ ବିରୋଧ କରି ରମେଶ ଚନ୍ଦ୍ର ସାହୁ ହାଇକୋର୍ଟର ଦ୍ଵାରସ୍ତ ହୋଇଥିଲେ। ସୂଚନା ମୁତାବକ ଜଣେ ପୂର୍ବତନ ବିବାଦୀୟ ମନ୍ତ୍ରୀଙ୍କ ଚକ୍ରାନ୍ତ ଯୋଗୁଁ ଦୀର୍ଘ ତିନି ବର୍ଷ ପୂର୍ବରୁ ଉକ୍ତ କଲେଜରେ କାର୍ଯ୍ୟରତ ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ କୌଣସି କାରଣ ବଶତଃ ଚାକିରୀରୁ ଅପସାରିତ କରାଯାଇଥିଲା। ସରକାରଙ୍କ ପକ୍ଷରୁ ପାଉଥିବା ନିୟମିତ ଦରମାକୁ ମଧ୍ୟ ବନ୍ଦ କରାଯାଇଥିଲା ଏ ସମ୍ବନ୍ଧରେ ଶ୍ରୀ ସାହୁ ମାନ୍ୟବର ଉଚ୍ଚ ନ୍ୟାଳୟର ଦ୍ଵାରସ୍ତ ହୋଇ ଏକ ପିଟିସି ଦାଖଲ କରିଥିଲେ।ଫଳରେ ଜୁଲାଇ ୨୭/୨୦୨୩ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶାଙ୍କ ପକ୍ଷରୁ ଏକ ନିର୍ଦ୍ଧେଶନାମା ଜାରି କରାଯାଇଥିଲା। ୭ମାର୍ଚ୍ଚ ୨୦୨୪ରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସନ୍ନ କୁମାର ସାହୁ(ଡିଡିଓ )କ୍ଷମତାକୁ ଅପ ବ୍ୟବହାର କରୁଥିବା ନେଇଁ ଉପଜିଲ୍ଲାପାଳ କଳାହାଣ୍ଡି ଏବଂ ଡେପୁଟି ଡାଇରେକ୍ଟଙ୍କୁ ଏ ସମ୍ବନ୍ଧରେ ଚିଠି କରି ଉତ୍ତର ମଗାଯାଇଥିଲା। ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଏକ ନିର୍ଦ୍ଧେଶନାମା ଜାରି କରାଯାଇଥିଲା ଯେଉଁଥିରେ କି କଲେଜ ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁଙ୍କୁ ସମସ୍ତ ଦରମା ଫେରେଇବା ପାଇଁ କଡ଼ା କଡ଼ି ନିର୍ଦେଶ ଦିଆଯାଇଥିଲା। ଯାହା ଫଳରେ ଭୁବନେଶ୍ୱର ଉଚ୍ଚଶିକ୍ଷା ବିଭାଗ ଡେପୁଟି ଡାଇରେକ୍ଟର ଉପଜିଲ୍ଲାପାଳ ଏବଂ ମା ହୀରାନିଲା କଲେଜ ଗଭାର୍ଣିଂବଡିର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କୁ ଚିଠି କରି ଚାକିରୀ ସବିଶେଷ ବିବରଣୀ ଏବଂ ସମସ୍ତ ଦରମା ଦେବା ପାଇଁ ଚିଠିରେ ଉଲ୍ଲେଖ କରିଥିଲେ। ହେଲେ ୮ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ଉପଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ତେବେ ବର୍ତମାନ ଶ୍ରୀ ସାହୁ ଚାକିରୀକୁ ଫେରି ଅଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି l ତାଙ୍କୁ ପୁଣି ଅଧ୍ୟକ୍ଷ ପଦବୀ ଫେରାଇ ଦେବା ପାଇଁ ଦାବି ହୋଇଛି।

ରିପୋର୍ଟ-ମଳୟ ବେନୁଆଁ (ରାହୁଲ୍).

Comments
Loading...