ବୌଦ୍ଧ ଜିଲ୍ଲା ରେ ଲକ ଡାଉନ କଟକଣା ଆଂଶିକ କମିଲା

ବୌଦ୍ଧ (କୋଶଲ ନ୍ୟୁଜ୍) ରାଜ୍ୟ ସରକାର ଙ୍କ କୋଭିଡ ନିୟନ୍ତ୍ରଣ ପାଇଁ କରାଯାଇଥିବା ନିୟମ ରେ ଲକ ଡାଉନ ରେ ସାମାନ୍ୟ କଟକଣା କୋହଳ ହୋଇଛି | ଆସନ୍ତା ଅଗଷ୍ଟ ମାସ 1 ତାରିଖ ପର୍ଯ୍ୟନ୍ତ ଆଂଶିକ ଲକ ଡାଉନ ପାଳନ କରାଯିବ ସେଥିପାଇଁ ରାଜ୍ୟରେ ସମସ୍ତ ଜିଲ୍ଲା କୁ ଦୁଇଟି କେଟେଗୋରୀ ରେ ବିଭକ୍ତ କରାଯାଇଛି | ଏ କେଟାଗୋରୀ ଜିଲ୍ଲାରେଥିବା ବୌଦ୍ଧ ଜିଲ୍ଲା ପାଇଁ ଆଂଶିକ କୋହଳ କରାଯିବା ସହ ଦୋକାନ ଗୁଡିକ ସକାଳ 8 ଟା ରୁ ରାତି 8 ପର୍ଯ୍ୟନ୍ତ ଖୋଲି ପାରିବେ, ଏହି ଜିଲ୍ଲା ଗୁଡିକ ରେ ବସ ଟ୍ୟାକ୍ସି ଚଳାଚଳ କରିପାରିବ ସେଲୁନ, ସ୍ପା, ଜିମ ଖୋଲା ଯିବ କିନ୍ତୁ ସାମାଜିକ ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ |

Comments
Loading...