ଖପ୍ରାଖୋଲ ବ୍ଳକ ପ୍ରତେକ ପଞ୍ଚାୟତ ଗୋଦାମ ଘରେ ପଡି ରହିଥିବା ମାଣ୍ଡିଆ ମିଳିବା ଆଶାରେ ଲୋକେ

ପାଟଣାଗଡ଼ ୦୬/୦୫( କୋଶଲ ନ୍ୟୁଜ୍ ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସରକାର ଙ୍କ ତରଫରୁ ପ୍ରତ୍ୟେକ ପଞ୍ଚାୟତ ରେ ମାଣ୍ଡିଆ ବଣ୍ଟନ ପାଇଁ ମାଣ୍ଡିଆ ଆସିଛି ହେଲେ ଖପ୍ରାଖୋଲ ବ୍ଲକ ସବୁ ପଞ୍ଚାୟତ ରେ ମାଣ୍ଡିଆ ଆସି ଗୋଦାମ ଘରେ ପଡ଼ିରହିଛି I ଲୋକେ ଖରା ମାସରେ ମାଣ୍ଡିଆ ପାଇବା କୁ ଆଶା କରିଥିଲେ ଯେହେତୁ ମାଣ୍ଡିଆ ଗ୍ରୀଷ୍ମ ଋତୁ ପାଇଁ ଉତ୍ତମ ଖାଦ୍ୟ, ଲୋକେ ପିଠା, ଜାଉ, ମାଣ୍ଡିଆ ପେଜ କରି ପୂର୍ବରୁ ଖାଉଥିଲେ, ତାସହିତ ମାଣ୍ଡିଆର ଔଷଧୀୟ ଗୁଣ ଅଛି I ଏବେ କିନ୍ତୁ ଏହି ଫସଲର ଉତ୍ପାଦନ ନହେବାରୁ ଲୋକେ ମାଣ୍ଡିଆ ଖାଇବା କୁ ପାଉନାହାନ୍ତି I ସେଥି ପାଇଁ ସରକାରୀସ୍ତରରେ ଏହି ଚାଷ କରିବାକୁ ଲୋକଙ୍କୁ ପ୍ରବର୍ତ୍ତଉଥିବା ବେଳେ ପ୍ରତ୍ୟେକ ପଞ୍ଚାୟତ ରେ ମାଣ୍ଡିଆ ବଣ୍ଟନ ର ବ୍ୟବସ୍ଥା କରିଛନ୍ତି କିନ୍ତୁ ଖରା ମାସ ସରିବା ଉପରେ ହେଲାଣି ହେଲେ ଲୋକଙ୍କୁ ମାଣ୍ଡିଆ ଟିକେ ମିଳୁନି ଯାହାଫଳରେ ସାଧାରଣ ରେ ଅସନ୍ତୋଷ ଦେଖାଦେଉଛି I ଏବିଷୟ ରେ ଖପ୍ରାଖୋଲ ଯୋଗାଣ ଅଧିକାରୀ ଙ୍କୁ ପଚରାଯିବାରୁ ମାଣ୍ଡିଆ ବଣ୍ଟନ ପାଇଁ ଉପରୁ ଆଲୋଟମେଣ୍ଟ ଆସିନି ଯଦି ଆସିବ ତାହା ହେଲେ ଯଥା ଶୀଘ୍ର ହିତାଧିକାରୀ ଙ୍କୁ ମାଣ୍ଡିଆ ଦିଆଯିବ ବୋଲି କହିଛନ୍ତି I

Comments
Loading...