ଖପ୍ରାଖୋଲ ଅଞ୍ଚଳ ରେ ବଢୁଛି ତାତି, ଜଳୁଛି ଇଟାଭାଟି : ଖବର ପ୍ରସାରଣ ପରେବି ଚେତୁନି ରାଜସ୍ୱ ବିଭାଗ

ପାଟଣାଗଡ ୩୦/୦୪ (କୋଶଲ ନ୍ୟୁଜ୍) : ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାର ଇଟାଭାଟି ଉପରେ ନିଷେଧାଦେଶ ଜାରି ରଖିଛନ୍ତି । ଇଟାଭାଟି ପାଇଁ ରାଜସ୍ବ ବିଭାଗ ରୁ ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି କିନ୍ତୁ ଖପ୍ରାଖୋଲ ବ୍ଲକ ର ବିଭିନ୍ନ ଗ୍ରାମରେ ଶହ ଶହ ବେଆଇନ ଇଟାଭାଟି ଯୋଗୁ ପରିବେଶ ଦୂଷିତ ହେବା ସହ ଖପ୍ରାଖୋଲ ଅଞ୍ଚଳ କ୍ରମାଗତ ଭାବେ ଉତ୍ତାପ ବୃଦ୍ଧି ପାଇଁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଗରମ ଅନୁଭୂତ ହେଉଛି । ଖପ୍ରାଖୋଲ ଅଞ୍ଚଳରେ ବେଆଇନ ଇଟାଭାଟି ଦିନ ଦ୍ଵିପ୍ରହରେ ପୋଡ଼ା ଚାଲିଥିଲେ ମଧ୍ୟ ପ୍ରଶାସନ ଅଧିକାରୀ ନିରବତା ଯୋଗୁଁ ବେଆଇନ ଇଟାଭାଟି ଉପରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି । ଫଳରେ ଇଟାଭାଟି ମାଳିକ ମନଇଚ୍ଛା ରାଜ୍ୟ ତଥା ରାଜ୍ୟ ବାହାର ଶ୍ରମିକ ମାନଙ୍କୁ ନିୟୋଜିତ କରି ଲକ୍ଷ ଲକ୍ଷ ଟଙ୍କା‌ ରୋଜଗାର କରିବାକୁ ସୁଯୋଗ ପାଉଛନ୍ତି । ଖପ୍ରାଖୋଲ ଅଞ୍ଚଳ ରେ ଏପରି କି ବିଭିନ୍ନ ମୁଖ୍ୟ ରାସ୍ତା କଡ଼ରେ ମଧ୍ୟ ଶହ ଶହ ବେଆଇନ ଇଟାଭାଟି ଗଢ଼ା ଓ ପୋଡ଼ା ଚାଲିଥିବା ଦେଖାଯାଇଛି ପୂର୍ବରୁ ଇଟାଭାଟି ପୋଡ଼ିବା ପାଇଁ ଇଟା ବ୍ୟବସାୟ କାଠ ବ୍ୟବହାର କରୁଥିଲେ । ବର୍ତ୍ତମାନ ବନ ବିଭାଗର କଡ଼ା ଆଇନ ଯୋଗୁଁ ଅଧିକାଂଶ ଇଟାଭାଟି ରେ ପଥର କୋଇଲା କିମ୍ବା ମିଲ୍ ଗୁଡିକରୁ ବାହାରୁ ଥିବା ମୋଟା କୁଣ୍ଡା ବ୍ୟବହାର କରାଯାଉଛି । ବିପୁଳ ପରିମାଣରେ ପଥର କୋଇଲା ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବା ସହ ଉତ୍ତାପ ଚିନ୍ତାଜନକ ବୃଦ୍ଧି ପାଉଛି ପଥର କୋଇଲା ପରିବହନ ରେ ମଧ୍ୟ କଟକଣା ଲାଗିବା ଫଳରେ ଲୋକେ ଅଧିକାଂଶ ଇଟାଭାଟି ରେ ମୋଟା କୁଣ୍ଡା ବ୍ୟବହାର କରୁଥିବା ଦେଖାଯାଇଛି । ସରକାରୀ କୋଠା ନିର୍ମାଣ ପାଇଁ ମାଟି ତିଆରି ଇଟା ବ୍ୟବହାର ନିଷେଧ କରାଯାଇଛି । ଏହା ସତ୍ତ୍ୱେ କିଛି ଲୋକ ବ୍ୟକ୍ତିଗତ ଗୃହ ନିର୍ମାଣ ପାଇଁ ମାଟି ଇଟା ବ୍ୟବହାର କରୁଛନ୍ତି । ଇଟା ତିଆରି ପାଇଁ ଆବଶ୍ୟକ ମାଟି, ପାଣି, ବାଲି ସହ ଭାଟି ପୋଡ଼ୁଥିବା ଜମି ଆଦି ପାଇଁ ମଧ୍ୟ ବିଧିବଦ୍ଧ ଭାବେ ତହସିଲଦାର ଙ୍କ ଠାରୁ ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ କିନ୍ତୁ ଖପ୍ରାଖୋଲ ବ୍ଲକ ର ବିଭିନ୍ନ ଗ୍ରାମରେ ଅଧିକାଂଶ ଇଟାଭାଟି ରେ ଏହାର ଘୋର ବ୍ୟତିକ୍ରମ ହେଉଛି ଇଟାଭାଟି ରେ କେତେ ମାଟି ବ୍ୟବହାର ହେବ, କେତେ ପାଣି ଲାଗିବ, କେତେ ଇଟା ପୋଡ଼ା ହେବ ସେସବୁ ପାଇଁ ଅନୁମତି ନେବା ବାଧ୍ୟତାମୂଳକ ହେଲେ ଲୋକେ ମନଇଚ୍ଛା ନିଜ ବିଲ କିମ୍ଵା ପଡୋଶୀଙ୍କ ବିଲରେ ବିନା ଅନୁମତିରେ ଇଟା ଭାଟି ପୋଡୁଛନ୍ତି ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କା ର ରାଜସ୍ୱ ହାନି ହେବା ସାଙ୍ଗକୁ ପରିବେଶ ପ୍ରଦୂଷିତ ହେଉଛି ସରକାର ଏ ଭଲି ବେଆଇନ କାର୍ଯ୍ୟକୁ ବନ୍ଦ କରିବା ପାଇଁଁ ଅନେକ ପଦକ୍ଷେପ କରୁଥିବା ବେଳେ‌ କିଛି ସରକାରୀ କର୍ମଚାରୀଙ୍କ ଛାତ୍ର ଛାୟା ତଲେ ରହି ଇଟାଭାଟି ମାଲିକ ଦିନ ଦ୍ଵିପ୍ରହର ରେ ବେଆଇନ କାର୍ଯ୍ୟ କରୁଥିବା ଦେଖାଯାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ବେଆଇନ ଇଟାଭାଟି ପୋଡ଼ୁଥିବା ମାଲିକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ଏହା ସହିତ ମୂଲ୍ୟବାନ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ଯତ୍ନବାନ ହେବାକୁ ମତ ପ୍ରକାଶ ପାଇଛି ।

Comments
Loading...