ବାଞ୍ଜିପାଲି, ଧଣ୍ଡାମୁଣ୍ଡା ଓ ଖପ୍ରାଖୋଲ ରେ ପୋଲିସ-ସିଆରପିଏଫ ର ଫ୍ଲାଗ ମାର୍ଚ୍ଚ

ପାଟଣାଗଡ ୩୦/୦୪ ( କୋଶଲ ନ୍ୟୁଜ୍ ) : ଖପ୍ରାଖୋଲ ବ୍ଲକ ବାଞ୍ଜିପାଲି, ଧଣ୍ଡାମୁଣ୍ଡା ଓ ପରେ ଖପ୍ରାଖୋଲ ଠାରେ ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀ ଙ୍କ ନେତୃତ୍ୱ ରେ ଖପ୍ରାଖୋଲ ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ ମଙ୍ଗଳବାର ଦିନ କରାଯାଇଛି I ଆଗାମୀ ସାଧାରଣ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ କରିବାକୁ ପୋଲିସ ତରଫରୁ ଆହ୍ୱାନ ଦିଆଯାଇଛି I ପୋଲିସ ଫ୍ଲାଗ ମାର୍ଚ୍ଚ ରେ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର, ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଲକ୍ଷବିନ୍ଦର ସିଂ ଓ ସିଆରପିଏଫ ଇନ୍ସପେକ୍ଟର ମେହେବୁର ରହମନ ଉପସ୍ଥିତ ଥିଲେ I ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ରେ ସିଆରପିଏଫ ଯବାନ ମାନେ ମଧ୍ୟ ଭାଗ ନେଇଥିଲେ । ଯେପରି ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ଆସନ୍ତା ମେ ୧୦ ରେ ସୁରୁଖୁରୁରେ ନିର୍ବାଚନ ହୋଇପାରିବ ଏବଂ ସାଧାରଣ ଜନତା ନିଜ ନିଜର ମତ ବିନା କୌଣସି ବାଧା ବିଘ୍ନରେ ଦେଇପାରିବେ । ପୁଲିସ ପକ୍ଷରୁ ବିଭିନ୍ନ ଦିଗରେ ତୀକ୍ଷଣ ନଜର ରଖାଯାଇଛି ଯେପରି ନିର୍ବାଚନ ସୁରୁଖୁରୁରେ ହୋଇପାରିବ ।

Comments
Loading...