ପାଚେର ଗାଁରେ ପାନୀୟ ଜଳ ଯୋଗାଣ ବନ୍ଦ : ପାଣି ପାଇଁ ଗ୍ରାମବାସୀ ଡହକବିକଳ

ପାଟଣାଗଡ ୩୦/୦୪ (କୋଶଲ ନ୍ୟୁଜ୍) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ପଡ଼ିଆବାହାଲ ପଞ୍ଚାୟତ ପାଚେର ଗାଁର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଚାରିଦିନ ହେଲା ବନ୍ଦ ରହିଥିବା ଅଭିଯୋଗ ହୋଇଛି। ପମ୍ପ ମୋଟର ପୋଡ଼ି ଯାଇଥିବାରୁ ଜଳଯୋଗାଣ ସମ୍ପୂର୍ଣ ଠପ୍ ହୋଇଛି। ଗୋଟିଏ ପଟେ ପ୍ରବଳ ଗରମ କୁ ଅନ୍ୟ ପଟେ ପାନୀୟ ଜଳ ନ ମିଳିବା ଯୋଗୁଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁସାରେ ଗାଁର ଜନସଂଖ୍ୟା ୧୫ ଶହ ରୁ ଅଧିକ ହେବ । ଏନେଇ ଖପ୍ରାଖୋଲ ବ୍ଲକ୍ ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଚିନ୍ମୟ ପ୍ରଧାନଙ୍କୁ ଯୋଗାଯୋଗ ହୋଇ ପାରିନଥିଲା । ହେଲେ ଦେଖିବାକୁ ବାକି ରହିଲା ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ କେବେ ବନ୍ଦ ରହିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବେ ଆରମ୍ଭ ହେବ ଓ ଗ୍ରାମବାସୀଙ୍କୁ ପାଣି କେବେ ପର୍ଯ୍ୟନ୍ତ ଯୋଗାଇ ଦିଆ ଯିବ ।

Comments
Loading...