ଅସହାୟ ଆଶାରାଣୀ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପାଟଣାଗଡ ୧୨/୦୪ (କୋଶଲ ନ୍ୟୁଜ୍) : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଓ ପଞ୍ଚାୟତ ଅନ୍ତର୍ଗତ ମହନିଲହ ଗ୍ରାମର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଆଶାରାଣୀ ପଧାନ ଙ୍କ ପେଟରେ ଝାଡା ନଳୀ ସଢ଼ି ଯାଇଥିବାରୁ ତାଙ୍କୁ ଭୁବନେଶ୍ବର ଏମସ୍ ଡାକ୍ତରଖାନା ରେ ଅପରେସନ କରାଯାଇଛି । ଝାଡାନଳୀ ଅକାମି ହେବାରୁ ତାଙ୍କର ପେଟ ର ନାଭି ତଳେ ଗୋଟିଏ ପାଇପ ଦ୍ଵାରା ବର୍ତ୍ତମାନର ଝାଡା ନିଷ୍କାସନ କରାଯାଉଛି । ପେଟରେ ଗୋଟାଏ ପ୍ୟାକେଟ ଲଗାଯାଇଛି ଯାହା ପୂର୍ଣ୍ଣ ହେଲେ ତାକୁ ଖାଲି କରି ନୁତନ ପ୍ୟାକେଟ ଖଞ୍ଜା ଯାଉଛି । ୩ ମାସ ପରେ ଆଉ ଥରେ ଅପରେସନ ପରେ ଛାତ୍ରୀ ଜଣକ ସମ୍ପୁର୍ଣ୍ଣ ଠିକ୍ ହେବାର ସମ୍ଭାବନା ଅଛି ବୋଲି ଡାକ୍ତରମାନେ କହିଛନ୍ତି । ଅତି ଦୁଃଖର କଥା ଯେ, ଏଇ ଝିଅ କୁ ଦୁଇ ବର୍ଷ ପୂର୍ବେ ଏମିତି ରୋଗ ହେବାରୁ ତାଙ୍କୁ ଏହି ଭୁବନେଶ୍ଵରର ଏମସ୍ ଡାକ୍ତରଖାନା ରେ ଅପରେସନ କରା ଯାଇଥିଲା ।

ତାଙ୍କର ବାପା ଙ୍କ ମୃତ୍ୟୁ ପରେ ଏବେ ତାଙ୍କ ମାଁ ଜଣେ ଗରିବ ବିଧବା ମହିଳା ହୋଇଥିବା ବେଳେ ଏବଂ ଦୁଇଥର ଝିଅକୁ ଭୁବନେଶ୍ୱରରେ ଅପରେସନ କରିଥିବା ବେଲେ ତାଙ୍କ ପାଖରେ ଆଉ ଟଙ୍କା ନାହିଁ । ତେବେ ଶେଷଥର ଅପରେସନ ନ କଲେ ଝିଅର ଜୀବନ ଚାଲି ଯାଇପାରେ । ଏତେ ସମସ୍ୟା ପରେ ସୁଦ୍ଧା କିନ୍ତୁ ପ୍ରଶାସ କିମ୍ଵା ସରକାର ତରଫରୁ କୌଣସି ପ୍ରକାର ଆର୍ଥିକ ସହାୟତା ଦିଆଯାଇ ନାହିଁ । କୌଣସି ନେତା ମନ୍ତ୍ରୀ ମାନେ ଆଜି ଯାଏଁ ସାହାଯ୍ୟ ର ହାତ ବଢେଇ ନାହାନ୍ତି । କଣ୍ଟାବାଞ୍ଜି ବିଧାୟକ ଏବଂ ବଲାଙ୍ଗୀର ସାଂସଦ ମଧ୍ୟ ଅଞ୍ଚଳ ର ମୁଖିଆ ଭାବେ କୌଣସି ସାହାଯ୍ୟ ଦେଇ ନାହାନ୍ତି । ଅନ୍ୟପକ୍ଷରେ ଏ ଝିଅର ନାଁ ବିଜୁ ସ୍ଵାସ୍ଥ୍ୟ କାର୍ଡ ରେ ନଥିବା କାରଣରୁ ସରକାରୀ ସହାୟତା ମିଳୁନାହିଁ ।

Comments
Loading...