ଶାଗୁଆନ ଗଛ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ

ପାଟଣାଗଡ଼ ୨୧/୦୪ : ପାଟଣାଗଡ ଅଞ୍ଚଳ ରେ ଦିନ ଦିନ କୁ ଦୁର୍ଘଟଣା ବଢ଼ିବାରେ ଲାଗିଥିବା ବେଳେ ରୋଡ଼ ସେଫଟିଂ ପାଇଁ ସେମିତି କୌଣସି ବ୍ୟବସ୍ଥା ନଥିବା ରୁ ଏବଂ ବିଶେଷ କରି ରାସ୍ତା ଗୁଡିକୁ ବହୁ ଦିନ ରୁ ପକାଇ ରଖିବା ଠିକ ମରାମତି ନ ହେବା ରୁ ଏବେ ସାଙ୍ଘାତିକ ଅବସ୍ଥା ରେ ଗମନଗମନ ପ୍ରତ୍ୟେକ ଦିନ କିଛି ନା କିଛି ରାସ୍ତା ରେ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ସାମ୍ନା କୁ ଆସୁ ଛି ହେଲେ ସୁଧୁରୁନି ରାସ୍ତା ର ଅବସ୍ଥା ସବୁ ଦିନ ପାରି ଆଜି ପୁଣି ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ବାଗଦୋର ପଞ୍ଚାୟତ ଥୁଡିବାହାଲ ବ୍ରିଜ ନିକଟରେ ଏକ ସାବୁଆନ ଗଛ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଜା’ ଫଳରେ ଦୁର୍ଘଟଣା ସ୍ଥାନରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଉକ୍ତ ଟ୍ରାକ୍ଟର ଟି ଥୁଡିବାହାଲ ଗ୍ରାମ ପଟୁ ଆସୁଥିବା ବେଳେ ନିକଟରେ ଥିବା ଏକ ବ୍ରିଜ ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଗାଡି ନମ୍ବର ହେଉଛି ଓଡି ୦୩ ଟି ୩୬୦୬ ଓ ଟ୍ରଲି ନମ୍ବର ଓଡି ୦୩ ସି ୫୯୦୬ । ଏପର୍ଯ୍ୟନ୍ତ ଗାଡି ମାଲିକ କେଉଁ ଗାଁର ଓ ମୃତ ବ୍ୟକ୍ତି ଜଣକ କିଏ ଜଣା ପଡ଼ିନାହିଁ । ଦୁର୍ଘଟଣା ଗ୍ରସ୍ତ ଟ୍ରାକଟର ର ମାଲିକ ଓ ମୃତ ଡ୍ରାଇଭର ର ପରିଚୟ ଜଣା ନ ପଡ଼ିଥିବା ବେଳେ ଦିନ ବେଧଡକ ଶାଗୁଆନ ବୋଝେଇ କାଠ ଯାଉଥିଲା ଯାହା ଭରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ଜଙ୍ଗଲ ବିଭାଗ କିପରି ଜାଣି ପାରିଲାନି ଚୋରା ଚାଲାଣ କୁ ଏମିତି ଚୋରି ତ ଅନେକ ଥର ହୋଇଥିବ ଓ ଆସାମୀ ମାନେ ବେଧଡକ କାଠ ଚାଲାଣ କରୁଥିବେ କେବେ ଜଙ୍ଗଲ ବିଭାଗ ର ନିଦ ଭାଙ୍ଗିବ । ସେ ଯାହା ବି ହେଉ ଘଟଣାସ୍ଥଳରେ ବେଳପଡା ପୋଲିସ ଏବଂ ଅଗ୍ନିଶମ ବିଭାଗ ଓ ଜଙ୍ଗଲ ବିଭାଗ ଅଧିକାରୀ ମାନେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Comments
Loading...