ଦେପୁର ନିକଟରେ ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଘରେ ଘରେ ପଶିଲା ପାଣି

ଭବାନିପାଟଣା,(କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଦେପୁର୍ ଗ୍ରାମ ନିକଟରେ ଗତ ରାତିରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଭାଙ୍ଗି ଯିବା ଫଳରେ, ପାଣି ଘର ଭିତରେ ,ରାସ୍ତା ଉପରେ, ଚାଷଜମି ଉପରେ ମାଡିଯିବାରୁ ବ୍ୟାପକ କ୍ଷୟକ୍ଷତି ହେବା ସମ୍ଭାବନା ଦେଖାଦେଇଛି। ରାତିରେ ହୋଇଥିବା ଯୋଗୁଁ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ପ୍ରାୟ କୋଡିଏ ଫୁଟର ଘାଇ ସୃଷ୍ଟି ହୋଇ ରାତ୍ର ସମୟରେ ଘରେ ଘରେ ପାଣି ପଶିବା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସବୁଆଡେ ଅଚାନକ ପାଣି ମାଡ଼ିଯିବା ଫଳରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଲୋକେ ଦାବୀ କରୁଛନ୍ତି।

Comments
Loading...