ବିଜେପିରୁ ଦିବ୍ୟଙ୍କ କ୍ୟାମ୍ପରେ କାଳୀ !!, ବିଜେଡ଼ି ହେବ କି ଶକ୍ତିଶାଳୀ ?

ଜୁନାଗଡ଼,୨୭/୪.(କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନକୁ ନେଇ ଘଡିକୁ ଘୋଡ଼ା ଛୁଟୁଛି । ନେତାଙ୍କ ଦଳ ଡିଆଁକୁ ମିଶ୍ରଣ ପର୍ବ ଦିନଙ୍କୁ ଦିନ ବଢ଼ିବାରେ ଲାଗିଛି । ଭି.କେ. ପଣ୍ଡିଆନଙ୍କ କଳାହାଣ୍ଡି ଗସ୍ତ ସମୟରେ ଜୁନାଗଡ ନିର୍ବାଚନ ମଣ୍ଡଳୀର ଦଶପୁରର ଏକ ଦଳୀୟ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା କାଳୀ ପ୍ରସାଦ ରାୟଗୁରୁ ବିଜେପି ଛାଡ଼ି ବିଜେଡିରେ ଆଜି ଯୋଗ ଦେଇଛନ୍ତି। ଭି.କେ.ପାଣ୍ଡିଆନଙ୍କ ଉପସ୍ଥିତିରେ ଶ୍ରୀକାଳୀ ପ୍ରସାଦ ରାଇଗୁରୁ ଯୋଗଦେଇଥିବା ଏହି ସମୟରେ ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ବୁଦର ନିଆଲ୍,ବିଧାୟକ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ ଦଳର ନେତୃବୃନ୍ଦ ଓ ହଜାର ହଜାର ବିଜୁ ଜନତା ଦଳର କର୍ମ କର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ଯୋଗଦାନ କରିଥିବା ରାଇଗୁରୁ ଜୁନାଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ରାଜ୍ୟ ସମବାୟ ପରିଷଦ ସଦସ୍ୟ ଭଳି ଗୁରୁତ୍ଵପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଆସିଛନ୍ତି। ସେ ଜଣେ ଦୃଢ଼ ସଂଘଠକ ଭାବରେ ଜଣାଶୁଣା। ତାଙ୍କର ଯୋଗଦାନ ଫଳରେ ବିଜୁ ଜନତା ଦଳ ଶକ୍ତିଶାଳୀ ହେବ ବୋଲି ଦଳୀୟ ନେତୃବୃନ୍ଦ ଆଶା ପୋଷଣ କରିଛନ୍ତି।

Comments
Loading...