ସିଉନାଗୁଡ଼ା ଛକ ନିକଟରେ ଦୁର୍ଘଟଣା ନୁହଁ ମୋଡ଼ର ହୋଇଥିବା ଆଭିଯୋଗ ଆଣିଲେ ମୃତକର ଦାଦା

ଡାବୁଗାଁ, ୬/୩ – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଧାମନାଗୁଡା ଠାରୁ ସିଉନାଗୁଡା ଗ୍ରାମ ଯିବା ରାସ୍ତା ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ପଲିସ ସୂତ୍ରରୁ ଜଣାପଡୁଛି କିନ୍ତୁ ପରିବାର କହୁଛି ଏହା ମୋଡ଼ର | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଢେପଗୁଡା ଗ୍ରାମର ଶୁଶୀଲ ନାୟକ (୩୦) ବୁଧବାର ସନ୍ଧ୍ୟା ପ୍ରାୟ ୫ ଘ. ସମୟରେ ଧାମନାଗୁଡା ଠାରୁ ସିଉନାଗୁଡା ଗ୍ରାମ ଦେଇ ମୋଟରସାଇକେଲ ନଂ ଓଡି ୨୪ ଏଫ ୯୮୫୪ ଯୋଗେ ନିଜ ଘରକୁ ଯିବା ସମୟରେ ଏହି ଘଟଣା ଘଟିଛି। ପୋଲିସ କହିବା ପ୍ରକାରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଖୁଣ୍ଟ ରେ ଧକ୍କା ଦେଇ ରାସ୍ତା କଡକୁ ଛିଟିକି ପଡିଥିଲା ଏଵଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଖବରପାଇ ଡାବୁଗାଁ ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ମୃତ ଯୁବକର ଶବକୁ ଆମ୍ବୁଲନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏହା ପରେ ଖବରପାଇ ପରିବାର ଲୋକେ ଡାକ୍ତରଖାନା ରେ ପହଞ୍ଚି ସବକୁ ଦେଖିବା ପରେ ଏହା ଦୁର୍ଘଟଣା ନୁହଁ ମୋଡ଼ର ବଳି ଅଭିଯୋଗ ଆଣିଥିଲେ ଏଵଂ ଏନେଇ ମୃତକର ଦାଦା ଉଦୟ ନାୟକ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି | ପ୍ରକୃତ ଘଟଣାଟି ପୋଲିସ ର ତଦନ୍ତ ପରେ ଜଣା ପଡିବ। ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...