ଆନ୍ତର୍ଜାତିକ ମହିଳା ଦିବସ ଅବସରରେ
ମହିଳା ହକି ଲିଗ

ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ,ବେଟି ବଚାଓ ବେଟି ପଢ଼ାଓ ବାର୍ତା ନେଇ ଜ଼ିଲ୍ଲା କ୍ରୀଡା ବିଭାଗ ଓ ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ଅନୁକୂଲ୍ୟରେ  ଇନ୍ଦିରା ଗାନ୍ଧୀ ଷ୍ଟାଡିଅମରେ ଏକ ଦିବସୀୟ ମହିଳା  ହକି ଲିଗ ଆୟୋଜିତ ହୋଇଯାଇଛି I ଉଦଘାଟନୀ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ରେବିକା ବିଲୁଙ୍ଗ , ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ଓ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ବିଭୁରଞ୍ଜନ ମହାନ୍ତି ଯୋଗ ଦେଇ ବାଳିକା ହକି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ I ଏହି ହକି ଲିଗରେ   ନୋଭାଲ ହକି ଏକାଡେମୀ , ନେହେରୁ ହକି କ୍ଳବ , ଗଙ୍ଗନାନ ଉଚ୍ଚ ବିଦ୍ୟାଳୟ ଓ ଜ୍ଞାନଜ୍ୟୋତି ରଜାମୁଣ୍ଡା ହକି ଟିମର ମୋଟ ୬୦ ଜଣ ମହିଳା ହକି ଖେଳାଳି ଅଂଶଗ୍ରହଣ କରିଥିଲେ I ରେଫରୀ ଭାବେ  ସୁଧୀର ମିଂଜ଼ , ରଞ୍ଜିତା ମିଶ୍ର , କିରଣ ଟପ୍ପନୋ , ମନୋଜ ଖଣ୍ଡିର , ଷ୍ଟିଫେନ ଡାଙ୍ଗ ଓ ଦିଲେଶ୍ଵର ସ୍ୱାଇଁ ଖେଳ ପରିଚାଳନା କରିଥିଲେ I

ଉଜ୍ଜାପନୀ ପର୍ଯ୍ୟାୟରେ ମୁଖ୍ୟ ଅତିଥି  ଭାବେ ପୌରପରିଷଦ ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ , ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଓ ଜ଼ିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ଯୋଗ ଦେଇ ନୋଭାଲ ହକି ଏକାଡେମୀକୁ ଚମ୍ପିୟାନ ଟ୍ରଫି , ନେହେରୁ ହକି କ୍ଳବ କରଡ଼ାପାଳ ରନରଅପ ଟ୍ରଫି ପ୍ରଦାନ କରିଥିଲେ I ଶ୍ରେଷ୍ଠ ଖେଳାଳି ଭାବେ ଯାଇଲେନ ଲାକ୍ରା ଓ ଶ୍ରେଷ୍ଠ ଗୋଲ ରକ୍ଷକ ଭାବେ ଉଜନା ମିଂଜ଼ ପୁରସ୍କୃତ ହୋଇଥିଲେ I  ଏହି ମହିଳା ହକି ଲିଗକୁ ଜ଼ିଲ୍ଲା କ୍ରୀଡା ଅଧିକାରୀ ରାଜୀବ ଲୋଚନ ନାୟକ ଓ ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗର ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ I

Comments
Loading...