ରକ୍ତଦାନ କରି ଜୀବନ ବଞ୍ଚାଇଲେ ସମାଜସେବୀ ବାବୁଲାଲ

ନବରଙ୍ଗପୁର(କୋଶଲ ନ୍ୟୁଜ୍):-ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ମୈଦଲ ପୁର ର ଆଂଚଳିକ ସମାଜ ସେବି ତଥା ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ତରଫରୁ ରକ୍ତ ଦାନ ମହତ୍ ଦାନ କର୍ମ ରେ ଜୀବନ ଜୀବାତ୍ମା ର ପୂଣ୍ୟ କର୍ମ ରେ ସରସ୍ଵତୀ ମେହେର ,ଵୟସ 49 ,ବି ପାଞ୍ଜିଆର ଗୁଡାର ପୂଣ୍ୟ ବତୀ ମାଆ କୁ ଜୀବନ ରକ୍ଷା ପାଇଁ ବି ପଜିଟିଭ ରକ୍ତ ପ୍ରଦାନ କରି ଆଗାମୀ ଜୀବନ ବଞ୍ଚିଵା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଭାଗବତ ର ମର୍ମ ବାଣୀ ଅନେକ ଜନ୍ମ ପୁଣ୍ୟ ବଳେ, ମାନବ ଜନ୍ମ ମହି ତଳେ ରେ ମଣିଷ ର ମଣିଷ ପ୍ରତି ସମବେଦନା ହିଁ ମଣିଷ ଜୀବନରେ ଆଶା ସଞ୍ଚାର ହୋଇଥାଏ। ନବରଙ୍ଗପୁର ଜିଲ୍ଲା ରକ୍ତ ବିଭାଗ ରେ ବି ପଜିଟିଭ ରକ୍ତ ନ ଥିବାରୁ ଫୋନ୍ ଯୋଗାଯୋଗରେ ରକ୍ତ ଦାନ ପାଇଁ ବାବୁଲାଲ ସାଗର ଯୋଗଦାନ କରି ବି ପଜିଟିଭ ରକ୍ତ ଦାନ କରି ଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ର ରକ୍ତ ଦାନ- ମହତ ଦାନ, ଶିକ୍ଷା ଦାନ- ମହତ ଦାନ, ଭଗବତ ଗୀତା ଦାନ ମହାନ ପୁଣ୍ୟ ଭଳି କାର୍ଯ୍ୟକ୍ରମ କରି ଉତ୍ତମ ସମାଜ ଗଠନର ଭାବନାକୁ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରିଥିଲେ।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...