ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ଜିଲା ପାଇଁ ଗୌରବ ଆଣିଲେ ଅନିକେତ

ନବରଙ୍ଗପୁର:-ଡାବୁଗାଁ ବ୍ଳକ ସଦର ମହକୁମା ରେଭିନ୍ୟୁଗୁଡା ର ପ୍ରଦୀପ୍ତ କୁମାର ଦାଶ ଙ୍କ ୨୧ ବର୍ଷ ର ପୁଅ ଅନିକେତ ଦାଶ ୩୦ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ମାନପତ୍ର ପାଇ ନବରଙ୍ଗପୁର ଜିଲା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି l ଭୁବନେଶ୍ଵର ଉତ୍କଳ କରାଟେ ସ୍କୁଲ ରେ ମାର୍ଚ୍ଚ ମାସ ୧୫,୧୬,୧୭ ତାରିଖ ତିନିଦିନ ଧରି ୩୦ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ଚାଲିଥିଲା l ୧୭ ତାରିଖ ଦିନ ନବରଙ୍ଗପୁର ଜିଲା ଡାବୁଗାଁ ର ଅନିକେତ୍ ୫୫୦ କେଜି ଓଜନ ଉତ୍ତୋଳନ କରି ରାଜ୍ୟ ସ୍ତରରେ ଦ୍ଵିତୀୟ ହୋଇ ନବରଙ୍ଗପୁର ଜିଲାର ଟେକ ରଖିଛନ୍ତି l ଏଥିନେଇ ତାଙ୍କୁ ଅନେକ ଆଡୁ ଶୁଭେଚ୍ଛା ର ସୁଅ ଛୁଟି ଚାଲିଛି l ସେ ଆହୁରି ଆଗକୁ ଉତ୍ତରୋତ୍ତର ଉନ୍ନତି କରନ୍ତୁ ଜିଲା, ରାଜ୍ୟ ଓ ଦେଶର ସୁନାମ ଆଣନ୍ତୁ ଓ ଦୀର୍ଘାୟୁ କରି ରଖନ୍ତୁ ଏହି କାମନା କରିଛନ୍ତି ସମସ୍ତ ଶୁଭେଚ୍ଛୁ ବୃନ୍ଦ l ଭଗବାନ ଅନିକେତ୍ କୁ ଶକ୍ତି ପ୍ରଦାନ କରନ୍ତୁ, ସେ ସବୁବେଳେ ଉନ୍ନତି ଦିଗରେ ବ୍ରତୀ ହେଇ ଉଠୁ l ପୁଅ ହେବ ତ ଏମିତି ବୋଲି ଚାରି ଆଡେ ଚର୍ଚ୍ଚା ହେଉଛି।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...