ପାପଡାହାଣ୍ଡିରେ  ରାଜ୍ୟପାଳଙ୍କ ଦିନିକିଆ ଗସ୍ତ

ନବରଙ୍ଗପୁର :ଓଡ଼ିଶା ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି  ନବରଙ୍ଗପୁର ଦିନିକିଆ ଗସ୍ତ ରେ ଆସି ପାପଡ଼ାହାଣ୍ଡି ବ୍ଲକ ର ଅନେକ ସ୍ଥାନ ଗସ୍ତ କରିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲଚନ ମିଶ୍ର , ଏସ୍ପି ରୋହିତ ବର୍ମା ଓ ଜିଲ୍ଲା ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ଦିନିକିଆ ଗସ୍ତ ସମୟରେ ପାପଡାହାଣ୍ଡି ବ୍ଲକର   ପ୍ରଥମେ ବ୍ଲକ ର ସିରିଶି ପଂଚାୟତ ଗସ୍ତ କରି ଏଫପିଓର ୨୫୦ଜଣ ଚାଷୀ ଓ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ ପରେ ରାଜ୍ୟପାଳ ତଣ୍ଡାଗୁଡା ଯାଇ ଟେରାକୋଟା ହସ୍ତଶିଳ୍ପ କାରିଗରମାନଙ୍କ ସହ ଆଲୋଚନା କରିଥିଲେ । ଦଳେଇଗୁଡାର ଅଙ୍ଗନବାଡିକୁ ଯାଇ ପୋଷଣ ଯୋଜନା ସଂକ୍ରାନ୍ତରେ ଅଭିଭାବକ ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନୀଗୁଡା ଗାଁରେ ପହଞ୍ଚି ବଟନ ଛତୁ ୟୁନିଟ ପରିଦର୍ଶନ କଲେ । ପ୍ରଧାନୀଗୁଡାରୁ ଡୁମାଗୁଡା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସେଠାରୁ ସେମଳା ଗାଁକୁ ଯାଇ ମାତୃଶକ୍ତି ଉତ୍ପାଦକ ଉଦ୍ୟୋଗର ଶିଆଳି ପତ୍ରରେ ଖଲି ତିଆରି କରୁଥିବା ମହିଳାଙ୍କ ସହ ଆଲୋଚନା କରିଥିଲେ  ।

ଏସ ଏଚ ଜି ମହିଳା ମାନେ ଖଲି  ତିଆରି କରି ଲାଭବାନ ହୋଇ ପରିବାର ସହ ଖୁସିରେ ଥିବା ପ୍ରକାଶ କରିଥିଲେ । ମୋଇଦଲପୁର ଅଞ୍ଚଳ ନିମନ୍ତେ ମୋଇଦଲପୁର କୁ ବ୍ଲକର ମାନ୍ୟତା ଦେବାକୁ ଅଞ୍ଚଳବାସୀ ମାନ୍ୟବର ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ଏହି ଗସ୍ତ ସମୟରେ ଗସ୍ତ କରିଥିବା ଗ୍ରାମ ଗୁଡିକର ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିଲେ । ରାଜ୍ୟପାଳ ନବରଙ୍ଗପୁର ସର୍କିଟ ହାଉସ କୁ ଯାଇଥିଲେ । ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱରେ ନବରଙ୍ଗପୁର ପୋଲିସ ଏସ୍ପି ରୋହିତ ବର୍ମାଙ୍କ ନେତୃତ୍ୱରେ ସୁରକ୍ଷା ଦିଆଯାଇଥିଲା ।

Comments
Loading...