ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ନବରଙ୍ଗପୁର ବ୍ଳକ ରେ ଭାଟିଗାଁର କୃତିତ୍ଵ

ନବରଙ୍ଗପୁର-(୨୪|୨)ନବରଙ୍ଗପୁର ଜିଲ୍ଲା ଆର୍ ସି ଡି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲା ସ୍ତରୀୟ ଶିକ୍ଷା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନବରଙ୍ଗପୁର ବ୍ଳକ ରେ ଭାଟିଗାଁ,ଉଚ୍ଚ ବିଦ୍ୟାଳୟ ର କୃତିତ୍ଵ ଯୋଗୁଁ ପୁରସ୍କୃତ ହୋଇଥିବା ଦେଖାଯାଇଛି l ବେଷ୍ଟ ସ୍କୁଲ ଆୱାର୍ଡ ବେଷ୍ଟ ଏସ୍ ଏମ୍ ସି ଆୱାର୍ଡ, ବେଷ୍ଟ ଏଚ୍ ଏମ୍ ଆୱାର୍ଡ ରୂପେ ସରୋଜ କୁମାର ତ୍ରିପାଠୀ ଙ୍କୁ ଏମ୍ ଏସ୍ ପି ପୁରସ୍କାର ମିଳିଛି l ଏତଦ୍ ବ୍ୟତୀତ ସୁନମେୟା ହରିଜନ ଓ ପିଙ୍କି ଘାସି ଦୁଇ ଜଣଙ୍କୁ ପାଞ୍ଚ ହଜାର ଲେଖାଏଁ ଷ୍ଟୁଡେଣ୍ଟ ଆୱାର୍ଡ ଏବଂ ପର୍ଶୁରାମ ସମରଥ ଓ ନଳିନୀ ନାୟକ ଙ୍କୁ ଲିଡରସିପ୍ ଆୱାର୍ଡ ପ୍ରତ୍ୟେକଙ୍କୁ ତିନିହଜାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି l ଏହି ଖୁସି ନେଇ ଗ୍ରାମବାସୀ ତଥା ବିଦ୍ୟାଳୟ ପରିଚାଳନା କମିଟି ଓ ଆଲମୁନି କମିଟି ପ୍ରଧାନ ଶିକ୍ଷକ ଙ୍କୁ ଭୂୟସୀ ପ୍ରସଂଶା କରିଛନ୍ତି l ବିଦ୍ୟାଳୟ ହେବ ତ ଏମିତି, ପ୍ରଧାନ ଶିକ୍ଷକ ହେବ ତ, ଛାତ୍ର ଛାତ୍ରୀ ହେବ ତ ଏମିତି ଏମିତି ବୋଲି ଜନସାଧାରଣ ରେ ଆଲୋଚନା ହେଉଛି lରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...