ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪

ନବରଙ୍ଗପୁର: ଶନିବାର ଦିନ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର ଖେଳ ପଡିଆ ପରିସରରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜନ ହୋଇଥିଲା । ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ନବରଙ୍ଗପୁର ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ, ବରେଣ୍ୟ ଅତିଥି ଜିଲ୍ଲାପାଳ ଡ଼ କମଳଲୋଚନ ମିଶ୍ର, ବିଶିଷ୍ଟ ଅତିଥି ଉଠା ଜଳସେଚନ ନିଗମର ଉପଦେଷ୍ଟା ଶ୍ରୀ ପ୍ରମୋଦ କୁମାର ପାଢ଼ୀ, ଯୋଗଦେଇ ନଜର କାର୍ଯ୍ୟ ନିଷ୍ଠା ଓ ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ ହୋଇଥିବା ଜିଲ୍ଲା ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ବ୍ଲକ୍ ଅଧ୍ୟକ୍ଷା ନନ୍ଦାହାଣ୍ଡି ଏବଂ କୋଷାଗୁମୁଡା, ଉପନଗରପାଳ, ଉମରକୋଟ ଶ୍ରୀଯୁକ୍ତ ସୁଧାଂଶୁ ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ସାହୁ ଏବଂ ଡ଼ ରେଶମଲାଲ ନାୟକ,ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପଟ୍ଟନାୟକ, ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ପ୍ରଭାତ ପଟ୍ଟନାୟକ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୃତି ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ସ୍ତରୀୟ ଶୈକ୍ଷିକ ପୁରସ୍କାର ପାଇଁ ୮୪ ଜଣ, ବ୍ଲକ ସ୍ତରୀୟ ୧୦୧୮ ଜଣ, ନେତୃତ୍ୱ ପୁରସ୍କାର ୪୨୩ ଜଣ, ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ପୁରସ୍କାର ୩୦ଟି, ପ୍ରାଥମିକ ସ୍ତରରେ ୨୭ଟି, ଗ୍ରାମ ପଞ୍ଚାୟତ ପୁରସ୍କାର ୦୮ ଟି, ଆଲୁମିନି ପୁରସ୍କାର ୧୦ଟି, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର ୧୦ଟି, ପ୍ରଧାନ ଶିକ୍ଷକ ପୁରସ୍କାର ୧୦ଟି ଏବଂ ପ୍ରାଥମିକ ସ୍ତରୀୟ ଶିକ୍ଷକ ପୁରସ୍କାର ୧୦ଟି ପ୍ରଦାନ କରାଯାଇଥିଲା। ଉକ୍ତ ସଭାରେ ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଏଵଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ। ଡ଼ ପ୍ରଦୀପ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କର୍ଯ୍ୟାଳୟର ଏବଂ ଜିଲ୍ଲା ପ୍ରକଳ୍ପ କର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୂଚାର ରୂପେ ସମ୍ପାଦିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମନରଞ୍ଜନ ପ୍ରହରାଜ, ବିଭାଶିଷ ଦେ, ନାରାୟଣ ପାଇକରାୟ, କମଳାକାନ୍ତ ରାଉତ, ଅଜିତ ପରିଜା, ବ୍ରଜବନ୍ଧୁ କାଣ୍ଡି, ଲୋପାମୁଦ୍ରା ଦାସ, ମିନାକ୍ଷୀ ଡାକୁଆ, ଅଜୟ କାମିଳା, ଗୋପାଳ ପଟନାୟକ ପ୍ରମୁଖ ସହଯୋଗ କରିଥିଲେ। ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର ଏବଂ ଏକ୍ସ ବୋର୍ଡ ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କମାନେ ମନୋରଞ୍ଜନ କାର୍ଯ୍ୟକ୍ରମ କରିଥିଲେ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...