ଡାବୁଗାଁ ଅବକାରୀ ବିଭାଗ ଚଢାଉ ଅଟୋ ଶହ ୧୮ ବସ୍ତା ମହୁଲ ଜବତ ଜଣେ ଗିରଫ

ନବରଙ୍ଗପୁର: ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ଥାନା ଅଧୀନ ବିଭିନ୍ନ ଗ୍ରାମରେ ବୁଧବାର ପେଟ୍ରୋଲିଂ କରି ଚଢାଉ କରାଯାଇଥିଲା | ଏହି ପେଟ୍ରୋଲିଂ ସମୟରେ ବଡନୀ ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅଟୋ ନଂ ଓଡି ୨୪ ବି ୭୬୩୩ ଗାଡିକୁ ଅବକାରୀ କର୍ମଚାରୀ ମାନେ ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ କରିବାରୁ ଉକ୍ତ ଅଟୋରେ ୧୮ ବସ୍ତା ମହୁଲ ରହିଥିଲା | ଏଥିରେ ପ୍ରତି ବସ୍ତାରେ ୪୦ କିଗ୍ରା ଓଜନ ର ମୋଟ ୭୨୦ କି.ଗ୍ରା. ମହୁଲ ଜବତ କରାଯାଇଥିଲା | ଏହା ସହ ଅଟୋ ଚାଳକ ସଲିମଧର ମାଝି (୨୪) କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଏହି ଚଢାଉରେ ଅବକାରୀ ନିରୀକ୍ଷକ ରଞ୍ଜୁଲତା ବାରିକ ତତ୍ଵାବଧାନ ରେ ଡାବୁଗାଁ ଅବକାରୀ ଥାନା ଅଧିକାରୀ ବୁଲୁ ପାତ୍ର, ସହ ଉପ ନିରୀକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, ଅବକାରୀ କର୍ମଚାରୀ ସୁରେଖା ଭତ୍ରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୬/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |

Comments
Loading...