ବାରମ୍ବାର ଜଲୁଛି ଜଙ୍ଗଲ ତଥାପି ବନବିଭାଗ ନିରବ

ଡାବୁଗାଁ :- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧିନ ଡାବୁଗାଁ ବନଖଣ୍ଡ ଅଧିନସ୍ଥ ବାଘବେଡା ବନରେ ନିଆଁ ଲାଗିଛି। ଫଳରେ ବହୁ ମୂଲ୍ୟବାନ ବନସ୍ପତି ଓ ଔଷଧୀୟ ଗଛ ପୋଡି ନଷ୍ଟ ହୋଇଯାଇଛି। ବୁଧବାର ସନ୍ଧ୍ୟାରେ କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗିଥିଲା । ନିଆଁ କ୍ରମଶଃ ଅନିୟନ୍ତ୍ରିତ ହେବା ପରେ ମଧ୍ୟ ଡାବୁଗାଁ ବନ ବିଭାଗର କୌଣସି କର୍ମଚାରୀ ନିଆଁ ଲାଗିଥିବା ସ୍ଥାନକୁ ଯାଇନଥିଲେ ସ୍ଥାନୀୟ ବସିନ୍ଧା ମାନେ ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରି ବିଫଳ ହୋଇ ଥିଲେ ।ବନ ବିଭାଗର କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଡାବୁଗାଁ ଅଞ୍ଚଳରେ ଜଙ୍ଗଲ ସମ୍ପୂର୍ଣ୍ଣ ଧ୍ୱଂସ ହେବାକୁ ବସିଲାଣି । ଡାବୁଗାଁ ବନାଞ୍ଚଳ ର ଏକର ଏକର ଜଙ୍ଗଲ ନିଆଁ ଲାଗି ଧ୍ୱଂସ ହେବାକୁ ବସିଲାଣି ତଥାପି ନିଦ ଭାଙ୍ଗୁନି ବନବିଭାଗ କର୍ମଚାରୀ ମାନଙ୍କ। କିଛିଦିନ ପୂର୍ବେ ଚିକଲି ମସାଣିପଦା ପାଖ ଜଙ୍ଗଲରେ ନିଆଁ ଲାଗିଥିଲା କିନ୍ତୁ ଗ୍ରାମବାସି ମାନେ ସୂଚନାଦେବା ପରେ ମଧ୍ୟ ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇନଥିଲେ, ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଯାଇ ନିଆଁକୁ ଆୟତ୍ତ କରିଥିଲେ । ଖାଲି ଡାବୁଗାଁ ନୁହଁ ମୈଦଲପୁର ଅଂଚଳରେ ମଧ୍ୟ ବନ ବିଭାଗ କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ବହୁ ଔଷଧୀୟ ଗଛ, ବନ୍ୟା ପ୍ରାଣୀ ମଧ୍ୟ ଜଳି ପାଉଁଶ ହଇଯାଉ ଥାନ୍ତେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଜଙ୍ଗଲ ସୁରକ୍ଷା ନେଇ ବନବିଭାଗ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କେବଳ ନାମକୁ ମାତ୍ର ଡାବୁଗାଁ ବନପାଳ ଏଵଂ ମୈଦଲପୁର ବନପାଳ ଖାଲି କାଗଜପତ୍ର ରେ କାମ କରୁଥିବା ଜଣାପଡୁଛି ଜଙ୍ଗଳକୁ ଦେଖିବା ପରେ ।କାରଣ ଏହି କେତେ ବର୍ଷ ଭିତରେ ଡାବୁଗାଁ ବନାଞ୍ଚଳ ଅଧିନ ରେ ଥିବା ଜଙ୍ଗଲ ପ୍ରାୟତଃ ପତଳା ହୋଇ ଗଲାଣି ! ଡାବୁଗାଁ ବନାଞ୍ଚଳ ଅଧିକାରୀ ତଥା ରେଞ୍ଜେର ତଡିପା ସ୍ୱାଇଁ ମଧ୍ୟ ଏବିଷୟରେ ଧ୍ୟାନ ଦେଉ ନାହାନ୍ତି ଏଥିପ୍ରତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ରହିଛି ଏବଂ ଡାବୁଗାଁ ବନବିଭାଗ ଦାଇତ୍ୱରେ ଥିବା କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...