ଭିଜିଲାନ୍ସ ଜାଲରେ  ଡାବୁଗାଁ ପୋଲିସ ଏଏସଆଇ

ନବରଙ୍ଗପୁର :-ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଡାବୁଗାଁ ପୋଲିସ ଏଏସଆଇ । ଗୋଟିଏ ଗଣ୍ଡଗୋଳ କେସ୍ କୁ ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡି ବସିଥିଲା ।ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଏଏସଆଇ ସୀମାଞ୍ଚଳ ମହାରଣା ରାଉଲିଗୁଡା ଗ୍ରାମର ମକରନ୍ଦ ଜାନିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିଲେ ।ଏଏସଆଇ ମହାରଣା ଭିଜିଲାନ୍ସକୁ ଦେଖି ଟଙ୍କାକୁ ଥାନା ହାଜତ ଭିତରକୁ ଫିଙ୍ଗି ଦେଇଥିଲେ । ଭିଜିଲାନ୍ସ ହାଜତ ଭିତରୁ ଟଙ୍କା ଜବତ କରିବା ସହ ଏଏସଆଇ ମହାରଣାକୁ ଗିରଫ କରିଛନ୍ତି । ମାଲକାନଗିରି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ବରେ ଜୟପୁର ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଟିମ୍ ମିଳିତ ଚଢ଼ାଉ କରିଥିଲେ ।

Comments
Loading...