ଶଙ୍ଖ ଛାଡ଼ି ନିଜ ପଦ୍ମ ଦଳକୁ ଫେରିଲେ ରାଣ୍ଡାଙ୍ଗ ଗ୍ରାମର ୧୦ ପରିବାର

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ଆଗାମୀ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ତୁମୁଡିବନ୍ଧ ବ୍ଲକରେ ରାଜନୈତିକ ବାତାବରଣ ସେତିକି ଉଷ୍ମ ଅନୁଭବ ହେଉଛି l ବିଜେଡି ଓ କଂଗ୍ରେସ ଭଳି ଏଥର ଅଣ୍ଟା ଭିଡୁଛି ତୁମୁଡିବନ୍ଧ ବିଜେପି l ତୁମୁଡିବନ୍ଧ ବ୍ଲକର ଏକାଧିକ ପଞ୍ଚାୟତ ସ୍ତରରେ ନିଜ ସଂଗଠନ ସୁଦୃଢ କରିଚାଲିଛି ବିଜେପି l ଶନିବାର ଦିନ ଗୁମା ପଞ୍ଚାୟତରେ ଏକ ମିଶ୍ରଣ ପର୍ବ ଜରିଆରେ ରାଣ୍ଡାଙ୍ଗ ଗ୍ରାମର ୧୦ ଟି ପରିବାର ବିଜେଡି ଛାଡ଼ି ବିଜେପି କୁ ପ୍ରତ୍ୟାବର୍ତନ କରିଛନ୍ତି l ସେମାନଙ୍କୁ ଗୁମା ପଞ୍ଚାୟତର ବିଜେପି ପ୍ରମୁଖ ଗଣ ପାରମ୍ପରିକ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି l ଗତ ମାସ ୨୧ ତାରିଖରେ ଏହି ୧୦ ଟି ପରିବାର ବିଜେଡି ରେ ସାମିଲ ହୋଇଥିଲେ l ତେବେ ସେମାନଙ୍କୁ ଗାଁ କୁ ରାସ୍ତା ନିର୍ମାଣ ଓ ବିଭିନ୍ନ ଆର୍ଥିକ ପ୍ରଲୋଭନ ଦେଖାଇ ବଜେଡି ରେ ସାମିଲ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ କୌଣସି ପ୍ରତିଶୃତି ପୂର୍ଣ୍ଣ ନକରି ବରଂ ବିଭିନ୍ନ ଆଳ ଦେଖାଇ ଆମକୁ ଅସହଯୋଗ କରିଲେ ତୁମୁଡିବନ୍ଧ ବ୍ଲକ ବିଜେଡି ର ବରିଷ୍ଠ ନେତା ମାନେ, ତେଣୁ ଆମେ ନିଜକୁ ଅସୁରକ୍ଷିତ ମନେକରି ନିଜ ମାତୃ ଦଳ ବିଜେପି କୁ ପ୍ରତ୍ୟାବର୍ତନ କରିଲୁ ବୋଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି ଏହି ୧୦ ଟି ପରିବାରର ବିରଞ୍ଚି ମାଝୀ, ଚୈତନ୍ୟ ମାଝୀ, ଉପେନ୍ଦ୍ର ମାଝୀ, ସାମନ୍ତ ମାଝୀ, କୃଷ୍ଣ ମାଝୀ, ଈଶ୍ୱର ମାଝୀ, ସାରଙ୍ଗଧର ମାଝୀ, ବିପିନ ମାଝୀ, ଭୁଲେଶ୍ୱର ମାଝୀ, ସହଦେଵ ମାଝୀ ଏବଂ ରାଜେଶ ମାଝୀ l ପ୍ରକାଶ ଯୋଗ୍ୟ କି ଏହି ରାଣ୍ଡାଙ୍ଗ ଗ୍ରାମ ବିଜେପି ର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଙ୍କ ପୋଡ଼ସୀ ଗ୍ରାମ ଅଟେ l ତେବେ ଗୁମା ପଞ୍ଚାୟତ ବିଜେପି ର ଗଡ଼ ଭାବେ ଗତ ୨୫ ବର୍ଷ ଧରି ପରିଚିତ ହୋଇଆସିଛି ଏବଂ ଚଳିତ ଥର ମଧ୍ୟ ଏହି ପଞ୍ଚାୟତ ନିଜର ଗାରିମା ବଜାୟ ରଖିବ ବୋଲି ବିଜେପି ର ବରିଷ୍ଠ କର୍ମୀ ନୀଳକଣ୍ଠ ବଡ଼ସେଠ୍, ଜୋଶବନ୍ତ ମାଝୀ, ଅର୍ଜୁନ ପରାସେଠ୍ ଓ ଅନ୍ୟ କର୍ମୀ ଗଣ ଦୃଢ଼କ୍ତି ପ୍ରକାଶ କରିଛନ୍ତି l
ରିପୋର୍ଟ – ପବିତ୍ର ଦିଗାଳ

Comments
Loading...