ସବୁବେଳେ ଚର୍ଚ୍ଚାରେ ଡାବୁଗାଁ ବିଧାୟକ”ଡାବୁଗାଁ ବିଧାୟକଙ୍କ ମାରାଥନ ଗସ୍ତ

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ବିଭିନ୍ନ ସ୍ଥାନରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ମାରାଥନ ଗସ୍ତ। ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଡାବୁଗାଁ ର ଲୋକପ୍ରିୟ ବିଧାୟଜ ମନହର ରନ୍ଧାରୀ ନିଜ ନିର୍ବାଚନ ମଣ୍ଡଳୀ ଗ୍ରସ୍ତକରି ୭ ପ୍ରକଳ୍ପ ର ଶୁଭ ଉଦଘାଟନ କରିବା ସହ ୨୬୪ ଜଣ ଭୂମିହୀନ ଙ୍କୁ ଘରବାରୀ ପଟ୍ଟା ପ୍ରଦାନ କରିଛନ୍ତି। ଡାବୁଗାଁ ଡିଗ୍ରୀ ମହାବିଦ୍ୟାଳୟରେ ୫ଟି ଅନୁର୍ଗତ ୫୦ ଲକ୍ଷ ବ୍ୟୟରେ ସ୍ମାର୍ଟ ଶ୍ରେଣୀ ଗୃହ ସାଙ୍ଗକୁ ବାଳିକା ବିଶ୍ରାମ ଗୃହ, ଭୈରବ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ରେ ୫୦ ଲକ୍ଷ ବ୍ୟୟରେ ରୂପାନ୍ତରଣର ଶୁଭ ଉଦଘାଟନ, ମେଦନା ରୋଡ ସ୍ଥିତ କଲ୍ୟାଣ ମଣ୍ଡପ ନିକଟରେ ଗୋଷ୍ଠୀ କେନ୍ଦ୍ର ଓ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ, ଜଗନ୍ନାଥ ମନ୍ଦିର ଓ ପରଜା ସମାଜର ଭୋଗ ମଣ୍ଡପର ଶୁଭ ଉଦଘାଟନ କରିଥିଲେ। ଡୁମୁଣିଗୁଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୬୭ ଭୂମିହୀନଙ୍କୁ ଘରବାରି ପଟ୍ଟା ବଣ୍ଟନ କରିଥିଲେ। ସେହିପରି କୋଇଲାରି ଠାରେ ୧୯୭ଜଣ ଗରିବ ଭୂମିହୀନ ହିତାଧୂକାରୀଙ୍କୁ ଘରବାରି ପଟ୍ଟା ବଣ୍ଟନ କରିଥିଲେ। ଏହି ଅବସରରେ ଡାବୁଗାଁ ରେଭିନ୍ୟୁ ସାହିରେ ପାନୀୟ ଜଳ ସମସ୍ୟା ହେଉଥିବା ନେଇ ମହିଳା ମାନେ ବିଧାୟକଙ୍କୁ ଅଭିଯୋଗ କରିଥିଲେ। ନୁଆଗୁଡା ଓ ବସଷ୍ମାଣ୍ଡ ପାନୀୟ ଜଳ ପ୍ରକଳ୍ପରୁ ପାଇପ ଯୋଗେ ପାଣି ଆସୁଥିଲେ ମଧ୍ୟ କେବଳ ନୁଆଗୁଡା ପାନୀୟ ଜଳ ପ୍ରକଳ୍ପରୁ ସାହିର କିଛି ଅଞ୍ଚଳ ରେ ପାଣି ଯୋଗାଣ ହେଉଥ‌ିବା ବେଳେ ବସ ଷ୍ଟାଣ୍ଡ ପ୍ରକଳ୍ପ ରୁ ସାହିରେ ପାଇପ ବିଛା ଯାଇଥିଲେ ସୁଦ୍ଧା ଟୋପାଏ ପାଣି ଆସୁ ନ ଥୁବା ମହିଳା ମାନେ ଅଭିଯୋଗ କରିଥିଲେ । ସାହି ମଧ୍ଯରେ ତିନୋଟି ବିଦ୍ୟୁତ୍ ପୋଲ ର ଆବଶ୍ୟକ ଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। ବିଧାୟକ ଶ୍ରୀ ରନ୍ଧାରି ଏହାର ତୁରନ୍ତ ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ। ଡାବୁଗାଁ ବିଧାୟକ ଙ୍କ ଏହି ଗସ୍ତ ସମୟରେ ବ୍ଲକ ଅଧ୍ଯକ୍ଷା ବୀଣା ମାଝୀ, ସାଂସଦ ଙ୍କ ପ୍ରତିନିଧୂ ଏମ ଆପ୍ପା ରାଓ, ବିଧାୟକ ପ୍ରତିନିଧୂ ଏମ ବୁଲୁ ରାଓ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ବ୍ଲକ ଉପାଧ୍ଯକ୍ଷ ସଦାନନ୍ଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତରା, ଡଙ୍ଗରି ଗୁଡା ତଥା ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...