ଧାନମଣ୍ଡିରେ ଚାଷୀଙ୍କୁ ଅଣଦେଖା ଅଭିଯୋଗ ଆଣିଲେ କୃଷକ ନେତା -ଦଲାଲଙ୍କ କବଜାରେ ଡାବୁଗାଁ ଧାନମଣ୍ଡି

ଡାବୁଗାଁ ବ୍ଲକ :-ଧାନ ମଣ୍ଡି ରେ ପ୍ରଥମ ଦିନରୁ ଚାଷୀଙ୍କୁ ଅଣଦେଖା ହୋଇ ଥିବା ଅଭିଯୋଗ ହୋଇଛି । ଆଜି ଡାବୁଗାଁ ବ୍ଲକ ରେ ଧାନ ମଣ୍ଡି ଆରମ୍ଭ ହୋଇଯାଇଛି କିନ୍ତୁ ଏବିଷୟରେ କୃଷକ ମାନଙ୍କୁ କିଛି ସୂଚନା ଦିଆ ଯାଇ ନଥିବା ଡାବୁଗାଁ ବ୍ଲକ ର କୃଷକ ମହାସଙ୍ଘ ସଭାପତି ସତ୍ୟ ରଞ୍ଜନ ପାତ୍ର କହିଛନ୍ତି । ମଜଦୂର କିଷାନ୍ ହିନ୍ଦୁ ମହାସଂଘ ଏବଂ ବିଭିନ୍ନ ସଂଗଠନ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ଆଜିଠାରୁ ସମସ୍ତ ପଞ୍ଜୀକୃତ ଚାଷୀ ନିଜ ଅମଳ ଧାନ କୁ ବିକ୍ରି କରିପାରିବେ । ଜଣେ ପଞ୍ଜିକୃତ ଚାଷୀ ଗୋଟିଏ ମଣ୍ଡିରେ ୪୦ କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବେ । ତେବେ ଦଲାଲ ମୁକ୍ତ ମଣ୍ଡି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମଣ୍ଡିରେ ସିସିଟିଭି ଲଗାଇବା ସହ ଭିଡିଓ ରେକଡ଼ିଂର ବ୍ୟବସ୍ଥା କରିବା କଥା କିନ୍ତୁ ଡାବୁଗାଁ ମଣ୍ଡି ରେ ସବୁ ଅବହେଳା କରାଯାଇଛି ।

 ଚାଷୀ ମାନଙ୍କ ଧାନ ଲ୍ୟାମ୍ପ ନ କିଣି ଦଲାଲ ମାନଙ୍କ ଦ୍ୱାରା କମ ଦାମ ରେ ଆଉ କୁଇଣ୍ଟାଲ ପିଛା ୫ ରୁ ୮ କିଲୋ ପର୍ଯନ୍ତ ବିନା ଯାଞ୍ଚ ରେ ଓଜନ ପରିମାଣ ହ୍ରାସ କରି କିଣୁଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଭାଗ ଚାଷୀ ମାନଙ୍କୁ ଏହି ବର୍ଷ ଟୋକେନ୍ ଦିଆଯିବ ନାହିଁ ବୋଲି ଡାବୁଗାଁ ଏମ.ଡ଼ି ସୀଧା ସଳଖ ମନା କରିଦେଇଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ କୃଷକ ସଂଗଠନ । 

ଚାଷୀମାନଙ୍କୁ ସୂଚନା ପ୍ରଦାନ ବେଳେ ମଧ୍ୟ ଡାବୁଗାଁ ଲେମ୍ପ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ସାମାନ୍ୟ ଛୋଟ ଛୋଟ କାର୍ଯ୍ୟ ପାଇଁ ମଧ୍ୟ ଚାଷୀ ମାନେ ଅବହେଳିତ ଅନୁଭବ କରୁଛନ୍ତି। ବାରମ୍ବାର ସେମାନଙ୍କୁ ଆସିବା କୁ ପଡୁଛି । କମ୍ ଦିନ ମଧ୍ୟରେ ଏହାର ସମାଧାନ ନହେଲେ,ଆଗକୁ ଚାଷୀ ଆଇନ୍ ଅନୁଯାୟୀ ଅନ୍ୟାୟ ବିରୁଦ୍ଧରେ ଲଢେଇ ଆରମ୍ଭ କରିବ ବୋଲି ବିଭିନ୍ନ ସଂଗଠନ ତରଫରୁ ସୂଚିତ କରିଛନ୍ତି। 
ନବରଙ୍ଗପୁର ରୁ ମିହିର ଶଙ୍କର ପାତ୍ର, କୋଶଲ ନ୍ୟୁଜ୍ ।
Comments
Loading...