ବିବାହିତା ମହିଳାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା ଧମକ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MV-79 ଥାନା ଅନ୍ତର୍ଗତ MV-72 ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା ଧମକ MV-79 ଥାନାରେ ମାମଲା ରୁଜୁ l ମିଳିଥିବା ସୂଚନା ଅନୁସାରେ ଗତ 5 ତାରିଖ ଦିନ MPV-36 ଗ୍ରାମର ପ୍ରଭାତ ମଣ୍ଡଳ ନାମକ ବ୍ୟକ୍ତି ଜଣକ MV -72 ଗ୍ରାମର ମହିଳାଙ୍କୁ ଘରେ ଏକାକି ଦେଖି ତାଙ୍କ ସହ ଦୁଷ୍କର୍ମ କରିଥିଲେ l ଦୁଷ୍କର୍ମ ବିଷୟରେ କାହାକୁ କିଛି କହିଲେ ପରିବାର ସମସ୍ତ ସଦସ୍ୟଙ୍କୁ ଜୀବନରେ ମାରିଦେବାର ଧମକ ଦେଇଥିଲେ l ଏହା ପରେ ପୀଡିତ ନିଜ ସ୍ୱାମୀଙ୍କୁ ଫୋନରେ ଏହି ବିଷୟରେ ସବୁ ଜଣେଇଥିଲେ l ସେତେବେଳେ ତାଙ୍କ ସ୍ୱାମୀ ହାଇଦରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ, ଏହା ଜାଣିବା ପରେ ପୀଡିତାଙ୍କ ସ୍ୱାମୀ ନିଜ ଘରକୁ ଫେରି ଆସିଥିଲେ l ଘରକୁ ଆସି ଆଜି ପୀଡିତା ଓ ତାଙ୍କ ସ୍ୱାମୀ MV-79 ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଲିଖିତ ଅଭିଯୋଗ ଆଧାରରେ ପୋଲିସ ପୀଡିତାଙ୍କର ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ପରୀକ୍ଷା କରେଇଥିଲେ l ପୋଲିସ କେଶ ନମ୍ବର 54 ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

Comments
Loading...