ଦୁଇ ନାବାଳିକାଙ୍କ ଫଟୋ ଭାଇରାଲ କରି ଅଭିଯୁକ୍ତ ଯୁବକ ଗିରଫ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାରେ ବଢିବାରେ ଲାଗିଛି ନାବାଳିକା ନିର୍ଯାତନା ଓ ତାଙ୍କ ସହ ହେଉଛି ଆପତିଜନକ ବ୍ୟବହାର l ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମ୍.ଭି:- ୬୨ ଗ୍ରାମରେ lଦୁଇ ନାବାଳିକା ଭଉଣୀଙ୍କ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଆଜି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ MV-62 ଗ୍ରାମର ସୁପ୍ରଭାତ ମଣ୍ଡଳଙ୍କୁ ଗିରଫ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ସୁପ୍ରଭାତ ଗତ ଦୁଇ ବର୍ଷ ତଳେ ଜଣଙ୍କର ପ୍ରଧାନମନ୍ତ୍ରୀ ଆବାସ ଗୃହରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଯାଇଥିଲେ l ସେହି ସମୟରେ ତାଙ୍କ ଘରେ ଥିବା ଦୁଇ ନାବାଳିକା ଭଉଣୀଙ୍କ ସହ କିଛି ଆପତ୍ତି ଜଣକ ଫଟୋ ଉଠାଇଥିଲେ ଏବଂ ସେହି ଫଟୋକୁ ସେ ନିଜ ମୋବାଇଲରେ ମଧ୍ୟ ରଖିଥିଲେ l

ସୁପ୍ରଭାତ ପରେ ନାବାଳିକା ମାନଙ୍କର ବଡ଼ ଭଉଣୀଙ୍କୁ ଏକ ମୋବାଇଲ ଦେଇଥିଲେ ଓ ତାଙ୍କୁ ସେ ତାର ସ୍ୱାର୍ଥରେ ରାଜି ହେବା ପାଇଁ ମଧ୍ୟ ବାଧ୍ୟ କରୁଥିଲେ l ତେବେ ନାବାଳିକା ଜଣକ ତାଙ୍କ ସ୍ୱାର୍ଥରେ ରାଜି ନ ହେବାରୁ ସେ ନାବାଳିକାଙ୍କୁ ବ୍ଲାକମେଲ କରିବା ପାଇଁ ସେହି ଆପତ୍ତି ଜଣକ ଫଟୋକୁ ଭାଇରାଲ କରିଦେଇଥିଲା ।ଏହି ଘଟଣା ଜଣାପଡିବା ପରେ ଉକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ କାଲିମେଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି କାଲିମେଳା ପୋଲିସ ଗତକାଲି ସୁପ୍ରଭାତଙ୍କୁ ଗିରଫ କରି କେସ୍ ନମ୍ବର 156 Dt. 20.07.2021 u/s 341/ 294/506/354/354-C / 354-D IPC r / w POCSO ଆକ୍ଟ r / w ଧାରା 67-B ଆଇଟି ଆକ୍ଟର ଧାରା 12 ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।

Comments
Loading...