ନଦୀରେ ବୁଡି ଯୁବକଙ୍କ ମୃତ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲାକନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ବଜାଗୁଡା ଗ୍ରାମର ଜଣେ ଯୁବକ ସାବେରୀ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଏହି ଗ୍ରାମର ଗଙ୍ଗା ସୋୟାମ ଆଜି ମଧ୍ୟାହ୍ନ ସମୟରେ କାମ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ।ନଦୀକୁ ଯାଇ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ସ୍ତ୍ରୀ ଓ ପରିବାର ଲୋକ ଡାକିବା ପାଇଁ ନଦୀକୁ ଯାଇଥିଲେ। ଗାଧୋଇବା ସ୍ଥାନରେ ମଧ୍ୟ ଗଙ୍ଗା ନମିଳିବାରୁ ଏଣେତେଣେ ଖୋଜାଖୋଜି କରିବା ପରେ ତଳ ମୁଣ୍ଡାରେ ଗଙ୍ଗାର ମୃତ ଶରୀର ଭାସୁଥିବା ଗଙ୍ଗାର ସ୍ତ୍ରୀ ଦେଖିଥିଲା । ଏହାପରେ ଗଙ୍ଗା ର ସ୍ତ୍ରୀ ରାଙ୍ଗି ସୋୟାମ ଗ୍ରାମବାସୀଙ୍କୁ ଜଣାଇବା ସହ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ପାଇ ପଡିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ଯବଚ୍ଛେଦ ପାଇଁ କାଲିମେଳା ପଠାଇଥିବା ଜଣାପଡିଛି। ଅନ୍ୟପଟେ ଗଙ୍ଗାର ପରିବାରରେ ସ୍ତ୍ରୀ, ପୁଅ ଓ ବର୍ଷକର କୁନି ଝିଅ ରହିଥିବାରୁ ପିଲାଙ୍କ ଭବିଷ୍ୟତ କୁ ନେଇ ପରିବାର ଲୋକ ଚିନ୍ତା ପ୍ରକଟ କରିଛନ୍ତି।

Comments
Loading...