ନୂତନ ATM ର ଶୁଭାରମ୍ଭ

ମାଲକାନଗିରି (କୋଶଲ ନ୍ୟୁଜ୍) ଆଜି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ର ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଅବସ୍ଥିତ ଏକ ଷ୍ଟଲ ଗୃହରେ ନୂତନ ATM ସେବାର ଶୁଭାରମ୍ଭ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରତିନିଧି ସାଧୂ ହନ୍ତାଳ, ପୋଲିସ ଅଧିକାରୀ ଗିରୀଶ ଚନ୍ଦ୍ର ମହାରଣା ଓ ପୂର୍ବତନ ସରପଞ୍ଚ ଗୋପୀ ପାଙ୍ଗି ଉକ୍ତ ଗ୍ରାମର ଗଣେଶ ପ୍ରସାଦ ଦାଶ, ଯୁଗଳ କିଶୋର ସ୍ୱାଇଁ,ସୁଜିତ ପଟ୍ଟନାୟକ, ଭଗବାନ ସାହୁ, ହୃଷୀକେଶ ସେଠି, ହିମାଂଶୁ ସ୍ୱାଇଁ ଓ ଶରତ ଖରା ପ୍ରମୁଖ ଯୋଗଦେଇଥିଲେ । ପୂରୋହିତଙ୍କ ପୂଜାର୍ଚ୍ଚନା କରିବା ପରେ ଅତିଥି ମାନେ ଫିତା କାଟି ATM ର ଉଦଘାଟନ କରିଛନ୍ତି l ସର୍ବ ପ୍ରଥମେ ପୋଲିସ ଅଧିକାରୀ ଶ୍ରୀ ମହାରଣା ନିଜ ଏ.ଟି.ଏମ କାର୍ଡ ବ୍ୟବହାର କରି ଟଙ୍କା ଉଠାଇଥିଲେ । ଉକ୍ତ ସେବା ଆରମ୍ଭ ହେବା ଫଳରେ ଅଞ୍ଚଳର ଜନସାଧାରଣ ଉପକୃତ ହେବା ସହ ବ୍ୟାଙ୍କ ଗୁଡିକର ଅଜଥା ଗହଳି କୁ ରୋକିବା ସହଜ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments
Loading...