ସଡ଼କ ଦୁର୍ଘଟଣାରେ ମାଁ ପୁଅ ଆହତ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ୩୨୬ ନମ୍ବର ଜାତୀୟ ରାଜପଥ ଏମଭି-୯୬ ଗ୍ରାମ ବ୍ରିଜ ନିକଟରେ ବାଛୁରୀ ସହ ଏକ ବାଇକ୍ ଧକ୍କା l ଦୁର୍ଘଟଣାରେ ମା’ ଓ ପୁଅ ଆହତ ।ମିଳିଥିବା ସୂଚନା ଅନୁସାରେ ଲୁଗେଲ ପଞ୍ଚାୟତ ଅନ୍ତର୍ଗତ ଏମପିଭି-୫୩ ଗ୍ରାମର ମିଲନ ରାୟ ଓ ତାଙ୍କ ମାଁ ଦୁହେଁ ମଟର ସାଇକେଲ ଯୋଗେ ଏମଭି-୬୪ ଗ୍ରାମକୁ ଯାଉଥିଲେ l ଏହି ସମୟରେ ହଠାତ୍ ଏକ ବାଛୁରୀ ରାସ୍ତା ଉପରକୁ ଆସିଯିବାରୁ ଏମଭି-୯୬ ଗ୍ରାମର ବ୍ରିଜ ନିକଟରେ ବାଛୁରୀ ସହ ଧକ୍କା ହେଇ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ମିଲନକୁ ସାମାନ୍ୟ ଆଘାତ ହୋଇଥିବା ବେଳେ ତାଙ୍କ ମାଁ ଙ୍କର କେତୋଟି ଦାନ୍ତ ଭାଙ୍ଗି ଯାଇଥିଲା l ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ଲୋକମାନେ ଦୁହିଁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କର ଚିକିତ୍ସା କରୁଥିବା ଜଣା ପଡିଛି l ବାରମ୍ବାର ରାଜପଥରେ ଜୀବଜନ୍ତୁଙ୍କ ଯୋଗୁଁ ଦୁର୍ଘଟଣା ଘଟୁଥିଲେ ହେ ଲୋକେ ସଉକରେ ହେଉ ଅଵା ଗୃହପାଳିତ ଜୀବଭାଵରେ ହେଉ ତାଙ୍କ ବାସସ୍ଥାନ ରେ ନରଖି ରାଜରାସ୍ତାକୁ ଗାଡ଼ି ଧକ୍କାରେ ଆହତ ହେବାପାଇଁ ଵେପାରୁଆଭାଵେ ଛାଡି ଦିଅନ୍ତି କାହିଁକି? ଏହାପାଇଁ ଉତ୍ତରଦାୟୀ କିଏ?

Comments
Loading...