ନିମ୍ନମାନର କାମ ରାସ୍ତା ରୁ ଉଠିଲା ପିଚୁ : ଖବର ପ୍ରସାରଣ ପରେବି ଚେତୁନି ବିଭାଗ

ପାଟଣାଗଡ  ( କୋଶଲ ନ୍ୟୁଜ୍ ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ନିର୍ମାଣଧୀନ କପସିପାଲି ଭାୟା ଭାଲୁଡୁଙ୍ଗୁରି କୁ ପିଚୁ ରାସ୍ତା କାମ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପିଡବ୍ଲୁ ରାସ୍ତା ରୁ କପସିପାଲି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ତିନି ରୁ ଚାରି ମାସ ହୋଇନାହିଁ ରାସ୍ତା ରୁ ପିଚୁ ଉଠୁଯାଉଛି । ଅଭିଯୋଗ ମତେ, ଖପ୍ରାଖୋଲ ପିଡବ୍ଲୁଡି ରାସ୍ତା ଠାରୁ କପସିପାଲି ଭାୟା ଭାଲୁଡୁଙ୍ଗୁରି କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ୭.୧୬୦ କିମି ରାସ୍ତା କାମ ୪ କୋଟି ୫୬ ଲକ୍ଷ୍ୟ ଟଙ୍କା ବ୍ୟୟ ବରାଦ ରେ ହେଇଅଛି । କିନ୍ତୁ ଖପ୍ରାଖୋଲ ରୁ ଭାଲୁଡୁଙ୍ଗୁରି ଗ୍ରାମକୁ ରାସ୍ତା ମରାମତି କାମ ତିନି ରୁ ଚାରି ମାସ ହେବ ହୋଇଛି କିନ୍ତୁ ମରାମତି କାମ ଚାଲିଥିବା ବେଳେ ରାସ୍ତା ପାର୍ଶ୍ବରେ ଆବଶ୍ୟକ ମାଟି କାମ, ଆବଶ୍ୟକ ମୋରମ କାମ, ରାସ୍ତା ଖାଲ କ୍ଷମା ଥିବା ସ୍ଥାନରେ ଆବଶ୍ୟକ ମେଟଲ, ପଥର ଗୁଣ୍ଡ ଦେଇ ମରାମତି ହେବ ବୋଲି ସୂଚନା ଫଳକରେ ଲେଖା ଯାଇଛି ।

କିନ୍ତୁ ଠିକାଦାର ଜଣକ କିଛି ସ୍ଥାନୀୟ ବ୍ୟକ୍ତି ଙ୍କୁ ଧରି ନିଜ ମନମାନିରେ କାମ କରିଥିବା ଅଭିଯୋଗ ହେଉଛି । ରାସ୍ତା ଭିତରେ ଓ ରାସ୍ତା ପାର୍ଶ୍ବରେ ଆବଶ୍ୟକ ପରିମାଣର ସାମଗ୍ରୀ ବ୍ୟବହାର ନ କରି ରାସ୍ତା ନିର୍ମାଣ କରାଯାଉଥିବା ରୁ ରାସ୍ତା ର ସ୍ତିୟିତ୍ୟ ପ୍ରତି ପ୍ରଶ୍ନ ସୃଷ୍ଟି ହେଉଛି । ତିନି ରୁ ଚାରି ମାସ ହେବ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନିର୍ମାଣ କାମ ହୋଇଛି । ହେଲେ କାମ ନିମ୍ନମାନର ହେଉଥିବା ହେତୁ ଜାଗା ଜାଗା ରାସ୍ତାରୁ ପିଚୁ ଉଠି ଯାଇଛି । ଫଳରେ ରାସ୍ତାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ ଉଠିଛି । କାମ ବେଳେ ତଦାରଖ ଅଭାବରୁ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି ।

Comments
Loading...