ପେଟ୍ରୋଲ ଡିଜେଲ ଶହେ ପାର୍ ଦେଶରୁ ହଟାଅ ମୋଦୀ ସରକାର

କୋରାପୁଟ (କୋଶଲ ନ୍ୟୁଜ୍) ଦେଶରେ ପେଟ୍ରୋଲ ଡିଜେଲ ଦର ୧୦୦ ଟୀଙ୍କା ରୁ ଉର୍ଦ୍ଧ୍ବ ଏବଂ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ର ଦର ଆକାଶଛୁଆଁ ହୋଇଥିବାରୁ ଅଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ଜୟପୁର ସହର ର ଟ୍ରାଫିକ ଛକ ଓ ପେଟ୍ରୋଲ ପମ୍ପ ସମ୍ମୁଖରେ ମୋଦୀ ସରକାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସାଧାରଣତଃ କୋରୋନା ମହାମାରୀ କାଳରେ ଲୋକ ଙ୍କୁ କାମ ମିଳୁନାହିଁ ଏବଂ ରୋଜଗାରର ଠିକଣା ନାହିଁ , ଠିକ୍ ଏହି ସମୟରେ କେନ୍ଦ୍ର ର ମୋଦୀ ସରକାର ପେଟ୍ରୋଲ ଡିଜେଲ ଦର ଅକଳ୍ପନୀୟ ଭାବେ ମହଙ୍ଗା କରିବା ସହ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ଦୁଇଗୁଣ ତିନି ଗୁଣବଢେଇଛି । ଦରଦାମ ନିୟନ୍ତ୍ରଣ କେନ୍ଦ୍ର ସରକାର ଓ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର ଙ୍କ କାମ । କିନ୍ତୁ ଆଜି ଦେଖିବାକୁ ମିଳୁଛି ଯେ ପେଟ୍ରୋଲ ଡିଜେଲ ଗ୍ୟାସ୍ ଦର ଯାହା କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶନାରେ ସ୍ଥିରୀକୃତ ହୁଏ ତାହା ଲିଟର ପିଛା ଶହେ ଟଙ୍କା ପାର୍ କରିଛି । ଆଜି ଯେତେବେଳେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଯଥେଷ୍ଟ ହ୍ରାସ ପାଇଛି , ଯାହାକି ଆମେ ଆମଦାନୀ କରୁଛୁ ତଥାପି ପେଟ୍ରୋଲ ଡିଜେଲ ଦର ଶହେ ଟଙ୍କା ପାର୍ କରିଛି । ପ୍ରକାଶ ଥାଉ କି ୨୦୧୩/୨୦୧୪ ରେ ଯେତେବେଳେ ଅଶୋଧିତ ତୈଳଦର ବ୍ୟରେଲ୍ ପିଛା ୧୪୦/ଡଲାର ହୋଇଥିଲା ସେତେବେଳେ ମଧ୍ୟ ପେଟ୍ରୋଲ ଡିଜେଲ ଦର ୮୦ ଟଙ୍କା ରୁ ଉର୍ଦ୍ଧ୍ବ ହୋଇନଥିଲା । ଅତି ଚତୁରିଆ ଭାବରେ ମୋଦୀ ସରକାର ର ଚାଟୁକାର ମାନେ ସେତେବେଳେ କହୁଥିଲେ ପେଟ୍ରୋଲ ଡିଜେଲ ବହୁତ ବଢିଲା ତେଣୁ ବର୍ତ୍ତମାନ ମୋଦୀ ସରକାର ଆସିଲେ ହିଁ ଦର କମିବ , କିନ୍ତୁ ଏବେ ତାର ଓଲଟା ହେଉଛି । ଏଣୁ ମୋଦୀ ସରକାର ଯେତେବେଳେ ଫେଲ୍ ହୋଇଛି ପେଟ୍ରୋଲ ଡିଜେଲ ଦର ନିୟନ୍ତ୍ରଣ କରିବାରେ ଯେତେବେଳେ କି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଯଥେଷ୍ଟ ହ୍ରାସ ପାଇଛି ତେଣୁ ଏକ ନିକ୍ଖମା ମୋଦୀ ସରକାର କୁ ହଟେଇବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଆହ୍ୱାନ ଦେଇ ଆନ୍ଦୋଳନ ଜାରି ରଖିଛି ଏବଂ କୋଭିଡ ୧୯ ନିୟନ୍ତ୍ରଣ କରିବା ରେ ବିଫଳ ସୋଇଥିବା ମୋଦୀ ସରକାର କୁ ଯାହାକୁ କି ଦେଶର ସୁପ୍ରିମକୋର୍ଟ ମଧ୍ୟ ଭର୍ତ୍ସନା କରିଛନ୍ତି ସେହି ସରକାର ତୁରନ୍ତ ଗାଦି ଛାଡ୍‌ ପାଇଁ କମ୍ୟୁନିଷ୍ଟ ପାର୍ଟି ର କର୍ମୀ ମାନେ ସ୍ଲୋଗାନ ଦେଇ ଆନ୍ଦୋଳନ ଜାରି ରଖିଛନ୍ତି । ଏଥିରେ ଦେଖାଯାଇଛି ଯେ ଡାଲି , ଚାଉଳ , ତେଲ ର‌ଦର ଦୁଇଗୁଣରୁ ଉର୍ଦ୍ଧ୍ବ ବଢ଼ି ସାରିଛି ।

ସାଧାରଣ ଲୋକ ହାତରେ କାମ ନାହିଁ କି ରୋଜଗାର ନାହିଁ । ଏ ସରକାର ଅକ୍ସିଜେନ୍ ଯୋଗାଇବାରେ ବିଫଳ ହୋଇଛି । କୋରୋନା ମହାମାରୀ କାଳରେ ଅନେକ ବାହାସ୍ଫୋଟ ମାରି କୋରୋନା କୁ ଜିତିଗଲୂ ବୋଲି ପ୍ରଚାର କଲେ , କିନ୍ତୁ ସାଧାରଣ ରୋଗୀମାନଙ୍କୁ ଚିକିତ୍ସା ବ୍ୟବସ୍ଥା ମିଳିପାରୁ ନାହିଁ । ପଟ୍ରୋଲ୍ ଡିଜେଲ ଦର ନିୟନ୍ତ୍ରଣ କରିପାରୁନଥିବାରୁ ଏବଂ ସାଧାରଣ ଖାଉଟି ସାମଗ୍ରୀ ର ଦର ଆକାଶଛୁଆଁ ହୋଇଥିବାରୁ ଏବଂ କୋରୋନା ମହାମାରୀ କୁ ସାମ୍ନା କରିବାରେ ବିଫଳ ହୋଇଥିବା ମୋଦୀ ସରକାର କୁ ହଟେଇବା ପାଇଁ ଆହ୍ୱାନ ଦେଇ କମ୍ୟୁନିଷ୍ଟ ପାର୍ଟି ମାନେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଆଜି ର ବିକ୍ଷୋଭ ପ୍ରଦର୍ଶନ ରେ ସର୍ବଶ୍ରୀ ପ୍ରମୋଦ କୁମାର ମହାନ୍ତି, ଯୁଧିଷ୍ଟିର ରାଉଳ, ରାମକୃଷ୍ଣ ଦାସ, ଶଶାଙ୍କ ମଣ୍ଡଳ ପ୍ରଦୀପ ପାଞ୍ଜିଆ, ସନ୍ୟାସୀ ମାଳୀ, ସୁଦର୍ଶନ ବିଷୋୟୀ ତିରୁପତି ମାଳି ପ୍ରମୁଖ ନେତୃତ୍ବ ନେଇଥିଲେ ।

Comments
Loading...