ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ବୋରିଗୁମ୍ମା – ବୋରିଗୁମ୍ମା ପଞ୍ଚାୟତ ସମିତି ତରଫରୁ ଆଜି ବ୍ଲକ କାର୍ଯ୍ୟାଳୟ ପରିସର ଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧକ୍ଷା ଶ୍ରୀମତୀ ଦୀପ୍ତି ମୟୀ ନାୟକ, ବିଡ଼ିଓ ବିକ୍ରମ କୁମାର ଦୋରା, ଜିଲ୍ଲାପରିଷଦ ସଭ୍ୟ ପ୍ରସାଦ ବିଡ଼ିକା,ସମିତି ସଭ୍ୟ ପ୍ରିୟଙ୍କା ରଥ ଓ ସମସ୍ତ ବିଭାଗର କର୍ମଚାରି,ନିର୍ବାଚିତପ୍ରତିନିଧି ମାନେ ଉପସ୍ଥିତ ଥିଲେ l ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଞ୍ଚାୟତ ସମିତି ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମିଳନୀ ପ୍ରତ୍ୟେକ ଶିକ୍ଷାଅନୁଷ୍ଠାନ ,ଥାନା, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା
ଏହି ଅବସରରେ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।ସ୍ଥାନୀୟ ସାହିତ୍ୟିକ ଡଃ ରଜତ କୁମାର ଷଡ଼ଙ୍ଗୀ,ରବି ଶତପଥୀ, ଲେଖକ ଏନ ରାଜେଶ କୁମାର,ନାଟ ଗୀତ ଲେଖକ ସୁବାଷ ଚନ୍ଦ୍ର ହରିଜନ,କବି ସରୋଜ କୁମାର ପ୍ରହରାଜ, ନାଟଗୁରୁ କର୍ଣ ଗୌଡ଼ ଙ୍କୁ ସାହିତ୍ୟ ଓଡ଼ିଆ ଭାଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥଲା।ଉପସ୍ଥିତ କବି, ଲେଖକ, ସାହିତ୍ୟିକ ସେମାନଙ୍କ ବକ୍ତବ୍ୟ ରେ ଭାଷା ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ।କବି ଏନ ରାଜେଶ କୁମାର କବିତା ମାଧ୍ୟମରେ ଓଡ଼ିଆ ଭାଷା ର ସୁନ୍ଦରତା ବିଷୟରେ ବର୍ଣ୍ଣନା କରିଥିଲେ।କବି ସୁବାଷ ହରିଜନ ଏକ ସୁନ୍ଦର କବିତା ପାଠ କରିଥିଲେ।

Comments
Loading...