ପାହାଡ ଉପରେ ଚାଲିଛି ବ୍ୟାଙ୍କ୍ ସେବା

କୋଶଲ ନ୍ୟୁଜ୍ ବ୍ୟୁରୋ : କୋରାପୁଟ : ଏକ କିଲୋମିଟ ପାହାଡ ଚଢ଼ି ଲୋକ ଙ୍କୁ ବ୍ୟାଙ୍କ୍ ସେବା ଯୋଗାଇ ଦେଉଛନ୍ତି ସମରା।
ଆଜିକୁ ଏକ ବର୍ଷ ହେଲା ନିଜ ଘରେ ଏକ ଏସ ବି ଆଇ ର ଏକ କିଓସ୍କ ଶାଖା ଖୋଲି ଲୋକ ମାନଙ୍କୁ ବ୍ୟାଙ୍କ୍ ସେବା ଯୋଗାଇ ଦେଇ ଆସୁଛନ୍ତି ଡାବୁଗୁଡା ଗ୍ରାମ ର ଜଣେ ଯୁବକ।
ଏହି ବ୍ୟାଙ୍କ୍ ସେବା ପାଇଁ ନିକଟସ୍ଥ ନଦି ଆରପଟେ ପଟେ ଥିବା ଟିକର ପଡା ପଞ୍ଚାୟତ ରେ ଥିବା ଜିଓ ନେଟ ୱାର୍କ୍ ଉପରେ ନିର୍ଭର କରନ୍ତି।
କିନ୍ତୁ ଗୋଟେ ସପ୍ତାହ ହେଲାଣି କୌଣସି କାରଣରୁ ଏହି ଜିଓ ନେଟ ୱାର୍କ୍ ର ଲିଙ୍କ୍ ଆସୁନାହିଁ ।
ଫଳରେ ବାଧ୍ୟ ହୋଇ ଗାଁ ନିକଟ ଏକ କିଲୋମଟର ଦୂର ଏକ କାଜୁ ପାହାଡ ଉପରେ ଯାଇ କଷ୍ଟେ ମଷ୍ଟେ ନିଜର ବ୍ୟାଙ୍କ୍ ସେବା ଜାରି ରଖିଛନ୍ତି।
ଏହି ବ୍ୟାଙ୍କ୍ କୁ ଦୁଇଟି ପଞ୍ଚାୟତ ର ଲୋକେ ନିର୍ଭର କରନ୍ତି।
ବର୍ତ୍ତମାନ ଲମତାପୁଟ ଅଞ୍ଚଳ ରେ ନେଟ ୱାର୍କ୍ ଏକ ବଡ଼ ସମସ୍ୟା।ନେଟ ୱାର୍କ୍ ନ ଥିବା ଯୋଗୁଁ ଲୋକେ,ଛାତ୍ର ଛାତ୍ରୀ ନାହିଁ ନ ଥିବା ଅସୁବିଧା ଭଗୁଛନ୍ତି।ସ୍ଥାନୀୟ ପେଟା ପଞ୍ଚାୟତ ଆରମ୍ଭ ରୁ ଡାବୁଗୁଡା ପଞ୍ଚାୟତ ର କଡ୍ରି ଗ୍ରାମ ପର୍ଯ୍ୟନ୍ତ କୌଣସି ନେଟ ୱାର୍କ୍ ନାହିଁ।ପାଖାପାଖି ୧୫ରୁ ୧୬ କିଲୋମିଟର ପର୍ଯ୍ୟନ୍ତ କୌଣସି ନେଟ ୱର୍କ ନାହିଁ। ଏହି ସମସ୍ୟା କେବଳ ଏହି ଦୁଇ ଟି ପଞ୍ଚାୟତ ରେ ନୁହେଁ,ଲମତାପୁଟ ବ୍ଲକ ର ବହୁତ ପଞ୍ଚାୟତ ରେ ଏହି ଅବସ୍ଥା।ଏବେ ଦେଖିବାକୁ ବାକି ରହିଲା କେବେ ଏହାର ସମାଧାନ ହେବ ଓ ଅଞ୍ଚଳ ବାସି ଉପକୃତ ହେବେ।
Comments
Loading...