ପ୍ଲାଜମା ଦାନ କରି ପ୍ରଶଂସନୀୟ ପାତ୍ର ହେଲେ କରୋନା ଯୋଦ୍ଧା ଆଶୁତୋଷ ମହାପାତ୍ର

କୋଶଲ ନ୍ୟୁଜ୍ ବ୍ୟୁରୋ : କୋରାପୁଟ : କରୋନା ମହାମାରୀ ସମୟରେ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ କରୋନା ଯୋଦ୍ଧା ମାନଙ୍କ ଦ୍ୱାରା ପ୍ଲାଜମା ଦାନ କରାଯାଇଥିଲା l ପ୍ଲାଜମା ଦାନ କରିବା ଫଳରେ କିପରି ଲୋକମାନଙ୍କର ମୂଲ୍ୟବାନ ଜୀବନ ବଞ୍ଚା ଯାଇପାରିବ ଏହାର ଏକ ଜ୍ୱଳନ୍ତ ଉଦାହରଣ ଉପସ୍ଥାପନ କରି ପ୍ରଶଂସନୀୟ ର ପାତ୍ର ହଇଥିଲେ ଏହି କରୋନା
ଯୋଦ୍ଧା ମାନେ l କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ ମହାବିଦ୍ୟାଳୟ ଚିକିତ୍ସାଳୟ ର ରକ୍ତ ଭଣ୍ଡାର ରେ ତା ୧୮.୧୨.୨୦୨୦ ରିଖ ଦିନ କୋଟପାଡ଼ ଅଞ୍ଚଳ ର ଜଣେ ବୁଦ୍ଧିଜୀବୀ ତଥା ଭାରତୀୟ ଜନତା ପାର୍ଟୀ ର ଭଲ କର୍ମୀ ଶ୍ରୀ ଆଶୁତୋଷ ମହାପାତ୍ର ପ୍ଲାଜମା ଦାନ କରି କରୋନା ଯୁଦ୍ଧ ରେ କିପରି ଲୋକଙ୍କ ଜୀବନ ବଞ୍ଚାଯାଇପାରିବ କହି ଜନସାଧାରଣ ମାନଙ୍କୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି l ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କୋଟପାଡ଼ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଥିଲା l
Comments
Loading...