ପ୍ରଶାସନ ର ଅଣ ଦେଖା , ପୁରୁଣା କୋରାପୁଟ ନିକଟ ଅଙ୍ଗନବାଡି ଗୃହ 5 ବର୍ଷ ରୁ ଅସମ୍ପୂର୍ଣ୍ଣ

କୋଶଲ ନ୍ୟୁଜ୍ ବ୍ୟୁରୋ : କୋରାପୁଟ ବ୍ଲକ ଅନ୍ତର୍ଗତ ପୁରୁଣା କୋରାପୁଟ ନିକଟର ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟରେ ଦେଖିବାକୁ ମିଳିଛି ରାଜ୍ୟ ସରକାରଙ୍କ ଅବହେଳା, ଆଜକୁ ପ୍ରାୟ ୫ ବର୍ଷ ହେଲା ପୁରୁଣା କୋରାପୁଟ ଠାରେ ଚାଲିଥିବା ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ବର୍ତମାନ ସୁଧା ଅସମ୍ପୂର୍ଣ ହୋଇ ପଡ଼ିରହିଛି।

ଏହି ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ ରହିବା ହେତୁ ବର୍ତମାନ ଏହି ଗୃହ ପାଲଟିଛି ଗାଈ ଗୁହାଳ, କିନ୍ତୁ ଅଙ୍ଗନବାଡି କର୍ମୀ ରୁନି ଦିଦି ଏଠିକାର କୁନି କୁନି ଶିଶୁମାନଙ୍କୁ ନେଇ ନିକଟରେ ଥିବା ସରକାରୀ ସ୍କୁଲରେ ପାଠ ପଢାପଢି କରୁଛନ୍ତି ଏବଂ ଶିଶୁ ମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇଦେଉଛନ୍ତି, କିନ୍ତୁ ପୁରୁଣା କୋରାପୁଟର ଅଭିଭାବକ ମାନେ ଅଙ୍ଗନବାଡି ଗୃହ ସମ୍ପୂର୍ଣ କାର୍ଯ୍ୟ ନିମନ୍ତେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଯାଇ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ,ବର୍ତମାନ ସୁଧା କୌଣସି ପ୍ରକାର କାର୍ଯ୍ୟ ଆରମ୍ଭ କରାଯାଇନାହିଁ,ସରକାରଙ୍କ ଯଦି ଶିଶୁବିଭାଗ ପ୍ରତି ଏହିଭଳି ଅବହେଳା ରହିବ,ତାହେଲେ ଆସନ୍ତା ଭବିଷ୍ୟତରେ ଆମ କୁନିକୁନି ଛୁଆଙ୍କ ଭବିଷ୍ୟତ କେମିତି ଉଜ୍ୱଳ ରହିବ ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏଣୁ ସରକାର ଏହି ଗୃହ କାର୍ଯ୍ୟକୁ ସମ୍ପୂର୍ଣ କରିବା ପ୍ରତି ଧ୍ୟାନ ଦେଲେ ପୁରୁଣା କୋରାପୁଟ ବାସି ଉପକୃତ ହେବେ।
Comments
Loading...