କୋଟପାଡ଼ ଅଞ୍ଚଳ ବସ୍ତି ବାସିନ୍ଦା ଉନ୍ନୟନ ପରିଷଦ ତରଫରୁ କାର୍ଯ୍ୟ ନିର୍ବାହ ଅଧିକାରୀ ଙ୍କୁ ବିଭିନ୍ନ ଉନ୍ନତୀ ପାଇଁ ଦାବିପତ୍ର

କୋଶଲ ନ୍ୟୁଜ୍ ବ୍ୟୁରୋ : କୋରାପୁଟ: କୋଟପାଡ଼ ଅଞ୍ଚଳ ର ସର୍ବାଙ୍ଗୀନ ଉନ୍ନତୀ ପାଇଁ କୋଟପାଡ଼ ଅଞ୍ଚଳ ବସ୍ତି ବାସିନ୍ଦା ଉନ୍ନୟନ ପରିଷଦ ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି l 
ଏହି ଦାବିପତ୍ର ରେ ଭୂମି ହୀନ ମାନଙ୍କୁ ଘରପଟ୍ଟା ପ୍ରଦାନ, ଉତ୍ତମ ପାନୀୟ ଜଳ ବ୍ୟବସ୍ଥା, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ , ସ୍ଵଚ୍ଚ ଭାରତ ଅଭିଯାନ ଦ୍ୱାରା ପାଇଖାନା ପ୍ରଦାନ, ବାସ ହୀନ ମାନଙ୍କୁ ଆବାସ ଯୋଜନା ବ୍ୟବସ୍ଥା ରେ ପକାଘର ପ୍ରଦାନ ଏବଂ ତେରଗୋଟି ୱାର୍ଡରେ କ୍ୟାମ୍ମ୍ୟୁନିଟି ହୋଲ ପ୍ରଦାନ କରିବା ପାଇଁ ସଂଲଗ୍ନ ଦାବିପତ୍ର ପ୍ରଦାନ କରାଯାଇଛି l 

କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଜନସାଧାରଣ ଙ୍କୁ ବିଭିନ୍ନ ସୁବିଧା ମିଳିବା କଥା କିନ୍ତୁ ସେମାନଙ୍କର ନ୍ୟାର୍ଯ୍ୟ ଜନସାଧାରଣ ପାଇପାରୁନାହାନ୍ତି l କେଉଁ ସାହିରେ ବା ୱାର୍ଡରେ ପାନୀୟ ଜଳ ର ସୁବିଧା ନାହିଁ କି ଆଉ କେଉଁ ୱାର୍ଡରେ ଭୂମି ହୀନ ମାନଙ୍କୁ ପଟ୍ଟା ବଣ୍ଟା ଯାଇ ନାହିଁ ଏହା ସହିତ କେଉଁ କେଉଁ ୱାର୍ଡ ରେ ମଧ୍ୟ କୋଚରା ସଫା ପାଇଁ ପ୍ରଦତ୍ତ କୋଚରା ବୁହା ଯାନ ଯାଇପାରୁନାହିଁ ଏବଂ ଅନ୍ୟାନ୍ୟ ବୁଢା ବୁଢ଼ୀ ମାନେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଇ ପାରୁନାହାନ୍ତି l ତେଣୁ ଏହି ସବୁ ତଥ୍ୟ କୁ ଆଖି ଆଗରେ ରଖି ନିର୍ବାହୀ ଅଧିକାରୀ ଙ୍କୁ ଏକ ଦାବିପତ୍ର ଦେବା ସହିତ କିପରି ଏହି ସବୁ ତଥ୍ୟ ର ଖୁବ ଶୀଘ୍ର ପୂରଣ ହୋଇପାରିବ ସେ ବିଷୟରେ କୁହାଯାଇଥିଲା l
ଉକ୍ତ ଦାବିପତ୍ର ପ୍ରଦାନ ସମୟରେ କୋଟପାଡ଼ ପ୍ରେସ କ୍ଳବ ର ସଭାପତି ଶ୍ରୀଯୁକ୍ତ ପଙ୍କଜ କୁମାର ପାତ୍ର ସମେତ ଶ୍ରୀ ପ୍ରଦୀପ ବକ୍ସି, ଶ୍ରୀମତୀ ବିଦ୍ୟୁତଲତା ବକ୍ସି, ଶ୍ରୀ ଜଟିଆ ଜେନା, ଶ୍ରୀ ରାମ ପ୍ରସାଦ ଦଳେଇ, ଶ୍ରୀ ଏମ ଡ଼ି ସାଲେମ, ଶ୍ରୀ ବିନୋଦ ସାସମଲ ଏବଂ ବିଭିନ୍ନ ୱାର୍ଡ ର ବହୁ ଜନସାଧାରଣ ଉପସ୍ଥିତ ଥିଲେ l
Comments
Loading...