କଳାହାଣ୍ଡିର ଉଦୀୟମାନ କ୍ରିକେଟ କମେଣ୍ଟେଟର ଶାଶ୍ବତ ପଣ୍ଡା

କଳମପୁର :(କୋଶଲ ନ୍ୟୁଜ)କଳାହାଣ୍ଡି ଜିଲ୍ଲା ଭଳି ଛୋଟ ଆଦିବାସୀ ବହୁଳ ଅଞ୍ଚଳ କଳମପୁର ବ୍ଲକ ଅଧୀନରେ ଥିବା ହାରାମାଲ ଗ୍ରାମର ପିତା ବିଭୁତି ଭୂଷଣ ପଣ୍ଡା ଓ ସୁଜାତା ପଣ୍ଡାଙ୍କ ପୁଅ ତଥା ଉଦୀୟମାନ କ୍ରିକେଟ କମେଣ୍ଟର ଶାଶ୍ବତ ପଣ୍ଡା ଏବେ କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି । ପ୍ରଥମେ ନିଜ ଅଞ୍ଚଳର ପ୍ରତ୍ୟେକ କ୍ରିକେଟ ଖେଳରେ ସାଧାରଣ କମେଣ୍ଟଟେଟର ଭାବେ କମେଣ୍ଟ୍ରି କରୁଥିଲେ ଓ ପରେ ଧୀରେ ଧୀରେ ଭବାନୀପାଟଣାରେ ଜିଲ୍ଲାସ୍ତରୀୟ କ୍ରିକେଟ ଖେଳରେ କମେଣ୍ଟ୍ରି କଲେ । ୨୦୨୦ ମସିହାରେ ଭୁବନେଶ୍ୱର ସ୍ଥିତ କିଟ କ୍ରିକେଟ ଷ୍ଟାଡିୟମରେ ଏକ ଟୁର୍ଣ୍ଣାମେଣ୍ଟରେ କମେଣ୍ଟ୍ରି କଲାପରେ ଧୀରେ ଧୀରେ କମେଣ୍ଟଟେଟର ଭାବରେ ନିଜ ଅଞ୍ଚଳରେ ଫୋକସ ହେବା ସହ ରାଜ୍ୟସ୍ତରରେ ଯାଇ ଭଲ କମେଣ୍ଟ୍ରି କରୁଥିବା ଦେଖି ଲୋକେ ବହୁତ ପ୍ରଶଂସା କରୁଛନ୍ତି ଓ ବର୍ତ୍ତମାନ ଶାଶ୍ୱତ ଓଡିଶାରୁ ଅନ୍ୟ ରାଜ୍ୟରେ ମଧ୍ୟ ଯାଇ କମେଣ୍ଟ୍ରି କରୁଛନ୍ତି । ୨୧ ବର୍ଷୀୟ ଶାଶ୍ବତ ଏବେ ଆନ୍ତଃ ଜିଲ୍ଲାଠୁ ଆରମ୍ଭ କରି ରାଜ୍ୟସ୍ତରୀୟ କ୍ରିକେଟ ଖେଳର କମେଣ୍ଟର ଭାବେ ବେଶ ଜଣାଶୁଣା ପାଲିଟିଛନ୍ତି । ଶାଶ୍ବତ ଭବାନୀପାଟଣା ନବଦୁର୍ଗା କ୍ରିକେଟ କ୍ଲବରେ କମେଣ୍ଟ୍ରି ଅଭ୍ୟାସ କରୁଥିଲେ। ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ କଳାହାଣ୍ଡି ଜିଲ୍ଲା କ୍ରିକେଟ କ୍ଲବ ପକ୍ଷରୁ ସେ ଆନ୍ତଃ ଜିଲ୍ଲା ମ୍ୟାଚରେ କମେଣ୍ଟର କରିଥିଲେ । ଚଳିତ ମାର୍ଚ୍ଚ ମାସରେ କର୍ଣ୍ଣାଟକର ଏକ କ୍ରିକେଟ ଖେଳରେ କମେଣ୍ଟ୍ରି କରିବେ ବୋଲି ସୂଚନା ମିଳିଛି । ତେବେ କଲମପୁର ଅଞ୍ଚଳରେ ଏଭଳି ଉଦୀୟମାନ ଯୁବକକୁ ପାଇ ବେଶ୍ ଖୁସି ମତବ୍ୟକ୍ତ କରୁଛନ୍ତି।

କଳମପୁର ରୁ ଭୋଜରାଜ ଛତ୍ରିଆ ଙ୍କ ରିପୋର୍ଟ

Comments
Loading...