ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଙ୍କୁ ନିଃଶୁଳ୍କ ଶିକ୍ଷାଦାନ

ଲାଞ୍ଜିଗଡ଼/ଭବାନୀପାଟଣା, (କୋଶଲ ନ୍ୟୁଜ୍):ଗତ ୧୪,ଗୁରୁବାର ଦିନ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ଶିକ୍ଷା ବର୍ଷରେ ନିଃଶୁଳ୍କ ଶିକ୍ଷା ଦାନ ନିଷ୍ପତ୍ତି ନିଆଯାଇଛି ବୋଲି ସ୍କୁଲ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଏକ ସ୍ୱତନ୍ତ୍ର ବୈଠକ ରେ ଘୋଷଣା କରିଛନ୍ତି।ମାଛ ବିକାଳି, ରିକ୍ସା ଚାଳକ, ପନିପରିବା ବିକାଳି , ଠେଲା ଵାଲା, ସଫେଇ କର୍ମଚାରୀ, ଠିକା ଶ୍ରମିକ, ଚା ବିକାଳି ସମେତ  ଅନ୍ୟାନ୍ୟ  ଆର୍ଥିକ ସ୍ୱଚ୍ଛଳତା ନଥିବା ବହୁ ଛାତ୍ରଛାତ୍ରୀ ଘରୋଇ ସ୍କୁଲ ତଥା ଉତ୍ତମ ଶିକ୍ଷା ଦାନ ରୁ ବଞ୍ଚିତ ହେଉଛନ୍ତି। ଏଣୁ ସେମାନେ କିପରି ସମାଜ ର  ମୁଖ୍ୟ ସ୍ରୋତ ରେ ସାମିଲ ହେବେ ଓ ମା ମାଟିର ନାମ ରଖିବେ ଏହି ଉଦ୍ଦେଶ୍ୟ ରଖି ସ୍କୁଲ ପରିଚାଳନା କମିଟି ନିଷ୍ପତ୍ତି ନେଇଛନ୍ତି ବୋଲି ସ୍କୁଲର ସଭାପତି ବ୍ରହ୍ମାନନ୍ଦ ସାମଲ ପ୍ରକାଶ କରିଛନ୍ତି।ସ୍କୁଲର ଉପଦେଷ୍ଟା ମଣ୍ଡଳୀ ମୁଖ୍ୟ ସୁତ୍ତମ କୁମାର ନାୟକ ଧନ୍ୟବାଦ ଦେଇଥିଲେ। ଏଥିରେ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ସାମନ୍ତରାୟ, ମନୀଷା ସିଂହ୍ନ|, ଚନ୍ଦ୍ରପ୍ରଭା ମିଶ୍ର, ସାଧନା ପ୍ରଧାନ, ଅପରାଜିତା ମଲ୍ଲିକ, ଜ୍ୟୋତି ଗୁପ୍ତା, ଚଞ୍ଚଳା ଶର୍ମା, ଝିଲି ଦାଶ, ସୋନାଲି ତ୍ରିପାଠୀ ବୃଷବ ଦାଶ, ନରେଶ ସୁନାନୀ ଶିକ୍ଷକ ସମ୍ପଦ ମୁଣ୍ଡ  ପ୍ରମୁଖ ସହଯୋଗ କରିଥିଲେ।

Comments
Loading...