ତିର୍ତୋଲ ପୋଲିସ ଙ୍କୁ ମରଣାତ୍ମକ ଆକ୍ରମଣ କରି ଫେରାର ଆସାମୀ ଗିରପ

ଜଗତସିଂହପୁର(କୋଶଲ ନ୍ୟୁଜ୍) ସୂଚନା ଅନୁଯାୟୀ -ଆସାମୀ ରଂଜିତ ବରାଳ (ନନ୍ଦ)ତିର୍ତୋଲ ପୋଲିସ ଙ୍କୁ ମରଣାତ୍ମକ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଜଗତସିଂହପୁର ଏସପି ପ୍ରକାଶ ଆର୍, ଆଡିସନାଲ ଏସପି, ଏସଡିପିଓ ଦୀପକ ରଂଜନ ଜେନା ଏବଂତିର୍ତ୍ତୋଲ ଆଇଆଇସି ଭାବଗ୍ରାହି ରାଉତ ଦ୍ଵାରା ଆସାମୀକୁ ଧରିବା ପାଇଁ ଏକ ଗୁପ୍ତ ଯୋଜନା ପ୍ରସ୍ତୁତ କରାଯାଇଥିଲା।ତେବେ ଆସାମୀ ଗତରାତିରୁ ଫେରାର ହୋଇ କୁଜଙ୍ଗ ବ୍ଲକ ବଡ଼ ବାଲିକଣୀ ତାଙ୍କ ଭଉଣୀ ଙ୍କ ଘରେ ଆତ୍ମ ଗୋପନ କରିଥିବା ତିର୍ତ୍ତୋଲ ପୋଲିସ କୁ ଖବର ମିଳିଥିଲା, ଯାହାକୁ ଭିତ୍ତି କରି ତିର୍ତ୍ତୋଲ ଥାନା ର ସବ୍ ଇନ୍ସପେକ୍ଟର ଯୋଗେଶ୍ୱର ବେହେରା ଏବଂ କୁଜଙ୍ଗ ଥାନା ଆଆଇସି ପାରୋ ଟୁଡୁ ଙ୍କ ସହ ଉଭୟ ଥାନର କିଛି କର୍ମଚାରୀ କୁ ନେଇ ଉକ୍ତ ସ୍ଥାନରେ ଚଢ଼ାଉ କରି ଆସାମୀକୁ ପ୍ରାୟ ଭୋର୍ 5.30 ସମୟରେ କାବୁ କରିଥିଲେ। ଅନେକ ସମୟ ଧରି ଜେରା ପରେ ମନ୍ଦିର ଚୋରି ସହ ସାଇଲୋ ପଞ୍ଚାୟତ ରେ ହୋଇଥିବା ସିରିଜ ଚୋରି ଘଟଣାରେ ସଂପୃକ୍ତି ଥିବା ମାନି ଥିଲା ଯାହା କିଛି ମାତ୍ରାରେ ତିର୍ତ୍ତୋଲ ପୋଲିସ ଦ୍ୱାରା ଜବତ କରାଯାଇଛି। ତେବେ ତାଜା ଖବର ଅନୁଯାୟୀ ତିର୍ତ୍ତୋଲ ପୋଲିସ ଆସାମୀ ରଂଜିତ ବରାଳ (ନନ୍ଦ )କୁ ଡାକ୍ତରୀ ମାଇନା କରି ଥାନାକୁ ଆଣିଲା ପରେ ତିର୍ତ୍ତୋଲ କୋଟ ରେ ହାଜର କରାଇଛି।ତେବେ ରଂଜିତ ବରାଳ (ନନ୍ଦ) ବିରୋଧରେ ତିର୍ତ୍ତୋଲ ପି ଏସ ସେକସନ ୨୬୦/୨୧ ଧାର ଅନୁସାରେ ,୩୪୧,୨୯୪,୩୨୩,୩୩୨,୩୫୩,୫୦୬ ସହ ୩୦୭ ଭଳି ସଙ୍ଗୀନ ଦଫା ସହ ipc ୨୫, ୨୭ଆର୍ମସ୍,8 ଲାଗିଛି। ତେବେ ଏ କେସ କୁ ନେଇ ତିର୍ତ୍ତୋଲ ଏସ ଡି ପି ଓ ଦୀପକ ରଂଜନ ଜେନା ନିଜର ବୟାନ ରଖିଛନ୍ତି।

Comments
Loading...