କୋରନାରେ ଆକ୍ରାନ୍ତ ହୋଇ ଆଖିବୁଝିଲେ କ୍ରୀଡା ଶିକ୍ଷୟତ୍ରୀ

ଜଗତସିଂହପୁର : (କୋଶଲ ନ୍ୟୁଜ୍) କୋରନାରେ ଆକ୍ରାନ୍ତ ହୋଇ ଆଖିବୁଝି ଦେଲେ ଜଗତସିଂହପୁର ଜିଲ୍ଲା ନାଲିବର ହାଇସ୍କୁଲରେ କ୍ରୀଡା ଶିକ୍ଷୟତ୍ରୀ କଳ୍ପନା ବେହୁରା । ତାଙ୍କୁ ୪୦ ବର୍ଷ ହୋଇଥିଲା । ସେ ୧୬ ତାରିଖରେ ସେ ଭୁବନେଶ୍ୱରରେ ମୃତ୍ଯୁ ବରଣ କରିଛନ୍ତି । କଳ୍ପନା ଦିଦି ଙ୍କ ମୃତ୍ଯୁ ଖବର ଶୁଣି ନାଲିବର ଅଞ୍ଚଳ ସହିତ ତାଙ୍କ ପିତୃକ ଗାଁ ଜଗତସିଂହପୁର ଜିଲ୍ଲାର ତରସାହି ପଞ୍ଚାୟତ ଓ ତାଙ୍କ ଶଶୁର ଘର ଗାଁ ପୁରୀ ଜିଲ୍ଲାର ପିପିଲ ବ୍ଲକର ପାଟ୍ଟଶାଣିପୁର ରେ ଶୋକର ଛାୟା ଖେଳିଯାଇଛି । ନାଲିବରରେ ଥିବା ସମୟରେ ସେ ନିଜକୁ ବହୁତ ଦୃବଳ ଅନୁଭବ କରିବାରୁ ଭୁବନେଶ୍ୱର ତାଙ୍କ ପାଇ ଘରକୁ ଆସିଥିଲେ । ସେଠାରେ ସେ ଡାକ୍ତରଙ୍କ ପରାମର୍ଶରେ କୋଭିଡ ପରିକ୍ଷା କରାଇଥିଲେ । ସେଠାରେ ତାଙ୍କର କୋଭିଡ ପଜେଟିଭ ଆସିବାରୁ ସେ ତାଙ୍କ ଭାଇ ଘରେ ହୋମ ଆଇସୋଲେସନରେ ରହିଥିଲେ । ଘରେ ତାଙ୍କ ଦେହ ଅତ୍ଯନ୍ତ ଗୁରୁତର ହେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ସମୟରେ ରାସ୍ଥାରେ ତାଙ୍କର ଦୃଦଘାତରେ ମୃତ୍ୟୁ ହୋଇଗଲା । ତାଙ୍କର ୮ ବର୍ଷର ଏକ ମାତ୍ର ପୁଅ ଅଛି । ତାଙ୍କ ସ୍ୱାମୀ ପଞ୍ଚାନନ ପ୍ରଧାନ ବିଦ୍ଯୁତ ବିଭାଗରେ ପିପିଲ ବ୍ଲକରେ କାମ କରନ୍ତି । ନିଜ କାର୍ଯ୍ଯ ଦକ୍ଷତା ଓ ମେଳାପା ପାଇଁ ନାଲିବର ଅଞ୍ଚଳରେ ବହୁତ ଲୋକ ପ୍ରିୟ ଥିଲେ କଳ୍ପନା ଦିଦି । କଳ୍ପନା ଙ୍କ ମୃତ୍ୟୁ ତାଙ୍କ ପରିବାରରେ ସମସ୍ତଙ୍କୁ ହତୋସ୍ଥାହ କରିଦେଇଛି ।

Comments
Loading...